Odiapua.com

ଦେବଗଡ ନିର୍ମାଣ ଶ୍ରମିକଙ୍କୁ ଆର୍ଥିକ ସହାୟତା

ଦେବଗଡ, ୨୫.୦୪ (ଓଡ଼ିଆ ପୁଅ/ପ୍ରଶାନ୍ତ ଭୁକ୍ତା) : ଲକଡାଉନ ସମୟରେ ସମସ୍ତ ନିର୍ମାଣ ଶ୍ରମିକମାନଙ୍କୁ ଟ.୧, ୫୦୦/-ଙ୍କା ଲେଖାଏଁ ଆର୍ଥିକ ସହାୟତା ପ୍ରଦାନ କରାଯାଉଛି। ଜିଲ୍ଲା ଶ୍ରମ ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ଦେବଗଡ ଜିଲ୍ଲାରେ ପଞିକୃତ ହୋଇଥିବା ୩୪, ୯୨୮ ଜଣ ନିର୍ମାଣ ଶ୍ରମିକଙ୍କ ମଧ୍ୟରୁ ଅପ୍ରେଲ ୨୩ ତାରିଖ ସୁଦ୍ଧା ୨୪୫୭୮ଜଣ ନିର୍ମାଣ ଶ୍ରମିକଙ୍କୁ ଟ.୩, ୬୮, ୬୭, ୦୦୦/-ଙ୍କା ଆର୍ଥିକ ସହାୟତା ପ୍ରଦାନ କରାଯାଇଛି। ଏହି ସୂଚନାନୁସାରେ ରିଆମାଳ ବ୍ଲକରେ ୭୫୩୮, ତିଲେଇବଣି ବ୍ଲକରେ ୫୩୮୬, ବାରକୋଟ ବ୍ଲକରେ ୧୦, ୧୯୯ ଏବଂ ଦେବଗଡ ପୌରାଂଚଳରେ ଏହି ସମୟ ସୁଦ୍ଧା ୧୪୫୫ଜଣ ନିର୍ମାଣ ଶ୍ରମିକଙ୍କ ଏହି ଆର୍ଥିକ ସହାୟତା ପ୍ରଦାନ କରାଯାଇଥିବା ଜଣାଯାଇଛି।