Odiapua.com

ଦେଢଶହ ଲିଟର ଦେଶୀମଦ ଜବତ, ୪ ଗିରଫ

ଭଦ୍ରକ, ୭ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ଉତ୍ତରବାଡ, ଭଣ୍ଡାରିପୋଖରୀ, ନଗୁଆଁ, ପାଟୁଳି ଓ ବିମ୍ବଳବର ଗ୍ରାମରେ ଅବକାରୀ ବିଭାଗ ପକ୍ଷରୁ ଗତ ରବିବାର ଚଢାଉ କରାଯାଇ ଦେଢଶହ ଲିଟର ଦେଶୀ ମଦ ଜବତ କରାଯିବା ସହ ଚାରି ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଭଦ୍ରକ ଅବକାରୀ ଅଧିକ୍ଷକ ପ୍ରଦୀପ କୁମାର ଦାସଙ୍କ ନିର୍ଦ୍ଦେଶ କ୍ରମେ ନିରୀକ୍ଷକ ଧନେଶ୍ୱର ବରାଡଙ୍କ ନେତୃତ୍ୱରେ ଧାମନଗର ଅବକାରୀ ଥାନା ଅଧିକାରୀ ପ୍ରହଲ୍ଲାଦ ସାମଲ, ଏଏସଆଇ ପୁରୁଷୋତ୍ତମ ମଲ୍ଲିକ, ନନ୍ଦୁ ନାୟକ, କନେଷ୍ଟବଳ ରମେଶ ଚନ୍ଦ୍ର ନାୟକ, ଅନବାଦିତ୍ୟ ବାରିକ, ଅଜିତ କୁମାର ସିଙ୍କୁ, ସତ୍ୟରଞ୍ଜନ ସେଠୀ, ସନ୍ଧ୍ୟାରାଣୀ ସେନାପତିଙ୍କୁ ନେଇ ଗଠିତ ଦଳ ଚଢାଉରେ ସାମିଲ ଥିଲେ। ଅଭିଯୁକ୍ତ ଉତ୍ତରବାଡ ଗ୍ରାମର ରବିନ୍ଦ୍ର ଜେନା, ପାଟୁଳି ଗ୍ରାମର ପ୍ରଫୁଲ୍ଲ ରାଉତ, କେନ୍ଦୁଆପଦା ଗ୍ରାମର ଦୈତାରୀ ପେରେଇ ଓ ଚକ୍ରଧର ପେରେଇଙ୍କୁ ଗିରଫ କରାଯାଇଛି। ଏଥିନେଇ ଭିନ୍ନ ଭିନ୍ନ ଚାରୋଟି ମାମଲା ଋଜୁ କରାଯାଇ ଅଭିଯୁକ୍ତମାନଙ୍କୁ କୋର୍ଟ ଚାଲାଣ କରାଯାଇଛି।