Odiapua.com

ଦୁଷ୍କର୍ମ କାରୀକୁ ୧୦ ବର୍ଷ ଜେଲ ଦଣ୍ଡାଦେଶ ୧୦ ହଜାର ଟଙ୍କା ଜରିମାନା

ବାଲିଗୁଡା, ୩୧-୭ (ଓଡ଼ିଆ ପୁଅ /ସଞ୍ଜୟ କୁମାର ପାଣିଗ୍ରାହୀ )ଏକ ଦୁଷ୍କର୍ମମାମଲାର ବିଚାର କରି ଅତିରିକ୍ତ ଦୌରା ଜଜ ଅରବିନ୍ଦ ପଟ୍ଟନାୟକ ଅଭିଯୁକ୍ତ ଭଗବତ ବେହର ଦଲାଇଙ୍କୁ ୧୦ ବର୍ଷ ଜେଲ ଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନାରେ ମଙ୍ଗଳବାର ଦଣ୍ଡିତ କରିଛନ୍ତି। ମାମଲାର ବିବରଣୀ ରୁ ପ୍ରକାଶ ଯେ, ୨୦୧୫ ମସିହା ଏପ୍ରିଲ ମାସ ୦୯ ତାରିଖ ଦିନ ରାତ୍ରରେ ବାଲିଗୁଡା ଥାନା ନିକଟସ୍ଥ ଦଡ଼କଙ୍ଗିଆ ଗ୍ରାମର ୨୨ ବର୍ଷୟା ଯୁବତୀ ଜଣକ ନିଜ ଘରେ ଏକୁଟିଆ ଥିବାର ସୁଯୋଗ ନେଇ ଉକ୍ତ ଗ୍ରାମର ଭଗବତ ବେହରଦଲାଇ ଉକ୍ତ ଯୁବତୀକୁ ଛୁରୀ ଦେଖାଇ ଭୟଭିତ କରି ଦୁଷ୍କର୍ମ କରିଥିଲା ଏବଂ ଏହି ବିଷୟ କାହାକୁ କହିଲେ ଜୀବନରେ ମାରିଦେବି ବୋଲି ଧମକ ଦେଇଥିଲା। ଏହି ବିଷୟ ଯୁବତୀ ଜଣକ ଭୟରେ କାହାକୁ କହିନଥିଲା। ଏହାର ସୁଯୋଗ ନେଇ ଅଭିଯୁକ୍ତ ଭଗବତ ଉକ୍ତ ଯୁବତୀକୁ ବାରମ୍ବାର ଦୁଷ୍କର୍ମ କରିଥିଲା। ପରବର୍ତ୍ତୀ ସମୟରେ ସାହସ କରି ଯୁବତୀ ଜଣକ ବାଲିଗୁଡା ଥାନାରେ କେଶ ଦେଇଥିଲା ଏବଂ ତାହା ବାଲିଗୁଡା ଥାନା କେଶ ନଂ. ୬୪/୧୯.୫.୨୦୧୯ ରେ ଏକ ମକଦମା ରୁଜୁ କରି ଅଭିଯୁକ୍ତକୁ କୋର୍ଟ ଚାଲାଣ କରିଥିଲେ। ଏହି ମାମଲାର ମଙ୍ଗଳବାର ଦିନ ବିଚାର କରି ଅତିରିକ୍ତ ଦୌରା ଜଜ ଅରବିନ୍ଦ ପଟ୍ଟନାୟକ ଅଭିଯୁକ୍ତ ଭଗବତକୁ ଦୋଷୀ ସାବ୍ୟସ୍ତ କରି ଦଣ୍ଡାଦେଶ ଶୁଣାଇ ଥିଲେ। ଏହି ମାମଲା କୁ ସରକାର ଙ୍କ ତରଫରୁ ଅତିରିକ୍ତ ପିପି ସୁଧାଂଶୁ ମୋହନ ପତି ପରିଚାଳନା କରିଥିଲେ।