Odiapua.com

ଦୁର୍ବୃତ୍ତଙ୍କ ଦ୍ୱାରା ବୃଦ୍ଧଙ୍କ ଗଳା କାଟି ହତ୍ୟା, ଦୁଇ ଗୁରୁତର 

କଟକ, ୯/୧୨ (ଓଡ଼ିଆ ପୁଅ /ଅଭୟ ଜେନା) କଟକ ଜିଲ୍ଲା ନେମାଳ ଥାନା ଅନ୍ତର୍ଗତ ଲେଣ୍ଡୁରା ଭଗବାନ ପୁର ଗ୍ରାମରେ ଘଟିଛି ଅଭାବନୀୟ ଘଟଣା। ଗତକାଲି ବିଳମ୍ୱିତ ରାତିରେ ଘରେ ପଶି ଜଣକୁ ବେକ କାଟି ହତ୍ୟା କରବା ସହ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାଇ, ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଉକ୍ତ ଗ୍ରାମର ହୃଷିକେଶ ମୁଦୁଲିଙ୍କ ନାମଧରି କବାଟ ଖୋଲିବାକୁ ଡାକିଥିଲେ। ହୃଷିକେଶ କବାଟ ଖୋଲିବାରୁ ଦୁର୍ବୃତ୍ତ ମାନେ ଭୁଜାଲି ଓ ମାରଣାସ୍ତ୍ର ଦେଖାଇ ଲୁଟ କରିବାକୁ ଉଦ୍ୟମ କରିଥିଲେ। ଏଥିରେ ବାଧାଦେବାରୁ, ହୃଷିକେଶଙ୍କ ଗଳା କାଟିବା ସହ ତାଙ୍କ ପତ୍ନୀ କନକଲତା ନାତି ଓଁକାର କୁ ଭୁଜାଲି ରେ ଆକ୍ରମଣ କରିବାରୁ ସେମାନେ ଗୁରୁତର ଆହତ ହୋଇଛନ୍ତି। ଆହତମାନଙ୍କୁ ଚିକିତ୍ସା ପାଇଁ ମେଡିକାଲ ପଠାଯାଇଥିବା ସୂଚନା ମିଳିଛି। ନେମାଳ ଥାନା ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ କରୁଥିବା ସୂଚନା ମିଳିଛି।