Odiapua.com

ଦୁର୍ଦ୍ଦାନ୍ତ ଅପରାଧୀ ପପୁ ବରାଳକୁ ପୁରୀ ଜେଲରେ ଆକ୍ରମଣ

ପୁରୀ ୨୯-୮ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଦୁର୍ଦ୍ଦାନ୍ତ ଅପରାଧୀ ପପୁ ବରାଳକୁ ପୁରୀ ଜେଲରେ ଆକ୍ରମଣ। ଜେଲ ଭିତରେ ପପୁର ବେକକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଛି। ରକ୍ତ ଜୁଡୁବୁଡୁ ଅବସ୍ଥାରେ ପପୁକୁ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ସର୍ଜରୀ ୱାର୍ଡରେ ଭର୍ତ୍ତି କରି ଚିକିତ୍ସା କରାଯାଉଛି। ତେବେ କାହିଁକି ଏହି ଘଟଣା ଘଟିଲା ତାର ତଦନ୍ତ ଚାଲିଛି ବୋଲି ପୁରୀ ଜେଲ ସୁପରିଣ୍ଟେଣ୍ଡ୍ ସୂଚନା ଦେଇଛନ୍ତି। ଗତ ୨୩ ତାରିଖରେ ଦାଦାବଟି ଆଦାୟ ମାମଲାରେ ସମୁଦ୍ରକୂଳ ଥାନା ପୋଲିସ ଦ୍ୱାରା ଗିରଫ ହୋଇ ଜେଲ ଯାଇଥିଲା। ପୂର୍ବରୁ ପପୁ ବରାଳ ନାମରେ ପୁରୀ ବିଭିନ୍ନ ଥାନାରେ ୨୦ରୁ ଅଧିକ ମାମଲା ରହିଛି। ଏ ନେଇ ପୁରୀ ପୋଲିସ ପକ୍ଷରୁ ତା ନାଁରେ ଏନବିଡବ୍ଲ୍ୟୁ ଜାରି ହୋଇଥିଲା। ୪୫ ବର୍ଷୀୟ ପପୁର ଅନ୍ୟ ନାମ ହେଉଛି ଧୀରେନ୍ଦ୍ର ନାଥ ବରାଳ। ତେବେ ପପୁକୁ ଜୀବନରେ ମାରିଦେବାକୁ ଜେଲ ଭିତରେ ଷଡ଼ଯନ୍ତ୍ର ହୋଇ ଥିବା ତାଙ୍କ ପାରିବାର ଲୋକେ ଅଭିଯୋଗ କରିଛନ୍ତି। ତୁରନ୍ତ ଘଟଣାର ତଦନ୍ତ କରାଯାଇ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଆହତ ପପୁଙ୍କ ଭଉଣୀ ଦାବି କରିଛନ୍ତି।