Odiapua.com

ଦୁର୍ଦାନ୍ତ ଅପରାଧି ରବି ଦୋରା ପୋଲିସ ଦ୍ୱାରା ଗିରଫ

ନୟାଗଡ(ଓଡିଆ ପୁଅ/ଦେବୀପ୍ରସାଦ ଆଚାର୍ଯ୍ୟ)/୨୧/୦୮- ନୟାଗଡ ଜିଲ୍ଲା ରଣପୁର ଥାନା ପୋଲିସ ଦ୍ୱାରା କୋଟଗଡ ଗ୍ରାମର ପୋଖତ ଅପରାଧି ରବି ଦୋରା ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ଜଣାପଡିଛି । ରଣପୁର ଥାନା ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି ଙ୍କ ସୂଚନା ଅନୁଯାଇ ଅପରାଧି ରବି ଦୋରା ନାମରେ ୧୨ ଗୋଟି ଡକାୟତି , ହତ୍ୟା  ଓ ରାହାଜାନୀ  ଭଳି ସଙ୍ଗିନ୍ ଅପରାଧ ରହିଅଛି ।

ସେ ପୋଲିସ କୁ ଚକ୍‌ମା ଦେଖାଇ ଘୁରି ବୁଲୁଥିଲା । ଯାହାଫଳ ରେ ପୋଲିସ ତାର ସୂଚନା ପାଇପାରୁ ନଥିଲା । ଉପ ନିରୀକ୍ଷକ ପ୍ରିତି ପ୍ରକାଶ ମହାନ୍ତି ତାକୁ ଧରିବାରେ ଆଖିରୁ ନିଦ ହଜାଇ ଦେଇଥିଲେ । କୋଟଗଡ ଘାଟୀରୁ ତାକୁ ଧରିବାରେ ସଫଳ ହୋଇଥିଲେ । ଏକ ଗୁଳିକାଣ୍ଡ ମାମଲା ରେ ତାକୁ ନୟାଗଡ କୋର୍ଟ କୁ ଚାଲାଣ କରାଯାଇଥିବା ବେଳେ ଜାମିନ୍ ଆବେଦନ ଖାରଜ ହେବାରୁ ନୟାଗଡ କାରାଗାର କୁ ପଠାଇ ଦିଆଯାଇଥିବା ଜଣାପଡିଛି ।