Odiapua.com

ଦୁର୍ଘର୍ଟଣାରେ ସମୀର ଦାଶଙ୍କ ମୃତ୍ୟୁ

ଭଦ୍ରକ, ୧୨ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଆଜି ମଧ୍ୟାହ୍ନରେ ଅଟୋ ଓ ସ୍କୁଟି ମଧ୍ୟରେ ଧକ୍କା ହେବାରୁ ଘଟଣାସ୍ଥଳରେ ଆଗରପଡା ଥାନା ଅଧିନ କୁଆଁରନ୍ଦା ଗ୍ରାମର ସମୀର ଦାଶ(୩୦)ଙ୍କ ପରଲୋକ ଘଟିଛି । ଆଜି ସେ ଏକ ଇଲେଟ୍ରି ସ୍କୁଟି ଯୋଗେ ତାଙ୍କ ଘରୁ ମାମୁଁ ଘର ଚାରିଗାଁ ପଚାଂୟତ ଚକ୍ରାପାଢୀ ଗ୍ରାମକୁ ଆସୁଥିଲେ । ଶେଉଳଗଢିଆ ଛକ ନିକଟରେ ଏକ ଯାତ୍ରୀବାହି ବସକୁ ଅତିକ୍ରମ କରୁଥିବା ବେଳେ ରାସ୍ତା କଡରେ ଛିଡା ହୋଇଥିବା ଅଟୋକୁ ଧକ୍କା ଦେଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ଆଗରପଡା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଓ ପରେ ଭଦ୍ରକ ମୁଖ୍ୟ ଡାକ୍ତରଖାନାକୁ ନିଆଯାଇଥିଲା । ସେଠାରେ ଡାକ୍ତର ସମୀରଙ୍କୁ ମୃତ ଘୋଷଣା କରିଥିଲେ । ପ୍ରକାଶଯେ କୁଆଁରନ୍ଦା ଗ୍ରାମର ସୁନିଲ୍ ଦାଶଙ୍କ ଏକମାତ୍ର ପୁତ୍ର ସମୀର ବିବାହିତ ହୋଇଥିବା ବେଳେ ତାଙ୍କର ଦୁଇଟି ଝିଅ ଓ ବିଧବା ପତ୍ନୀ ଘରେ ଅଛନ୍ତି । ସେ ମନ୍ଦିରରେ ପୂଜା ପାଠ କରି ପରିବାର ଚଳାଉଥିଲେ । ତାଙ୍କର ଅକାଳ ମୃତ୍ୟୁକୁ ନେଇ ସଂପୃକ୍ତ ଅଚଂଳରେ ଶୋକର ଛାୟା ଖେଳିଯାଇଛି।