Odiapua.com

ଦୁର୍ଘଟଣା ପରେ ବଢିଛି ଦୁଃଖ : ସ୍ତ୍ରୀର ଭତ୍ତା ଟଙ୍କାକୁ ଚାହିଁ ବସିଛି ସ୍ୱାମୀ ମୁରଲୀ …

ଭଦ୍ରକ ୭ା୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ପତ୍ନୀଙ୍କ ଭତା କଥା ବୁଝିବାକୁ ପଂଚାୟତ କାର୍ଯ୍ୟାଳୟକୁ ଯାଇଥିଲେ । ଫେରିବା ବେଳକୁ ଏକ ବାଇକ ଧକ୍କା ଦେଇଥିଲା । ଏହି ଦୁର୍ଘଟଣା ଚଳଚଂଚଳ ବୃଦ୍ଧ ମୂରଲୀ ଖଟୁଆଙ୍କୁ ଅଚଳ କରିଦେଲା । ଏବେ ଘର ବାରନ୍ଦାରେ ବସି ଭାଗ୍ୟକୁ ଆଦରୁଥିବା ବେଳେ ପତ୍ନୀଙ୍କୁ ମଧ୍ୟ ମିଳିପାରିନି ଭତା । ମୂରଲୀଙ୍କ ତାଙ୍କର ବିଷ୍ଣୁପୁରବିନ୍ଧା ପଂଚାୟତ ପୋଡ଼ପଡ଼ା ଶାସନରେ । ବୟସ ୮୨ । ଗତ ଫେବୃଆରୀ ମାସରେ ନିଜ ପତ୍ନୀଙ୍କ ଭତା ସମ୍ପର୍କରେ ଆଲୋଚନା ଲାଗି ପଂଚାୟତ କାର୍ଯ୍ୟାଳୟକୁ ଯାଇ ଫେରିବା ବାଟରେ ଏକ ବାଇକ ତାଙ୍କୁ ଧକ୍କା ଦେଇଥିଲା । ଡ଼ାହାଣ ଗୋଡ଼ ଆଣ୍ଠୁ ଗଭୀର ଆଘାତ ପାଇଥିଲା । ପ୍ରଥମେ ଭଦ୍ରକ ଓ ପରେ କଟକରେ ଚିକିତ୍ସା ପରେ ସେମିତି କିଛି ସୁଫଳ ମିଳିନି । ପ୍ଲାଷ୍ଟର ଖୋଲିବା ପରେ ଗୋଡ଼ ଆଉ ଆଗଭଳି କାମ କରୁନାହିଁ । ଆହୁରି ଅଧିକ ଚିକିତ୍ସା ଲାଗି ଲକ୍ଷାଧିକ ଟଙ୍କା ଆବଶ୍ୟକ ଯାହା ତାଙ୍କ ସାଧ୍ୟ ବାହାରେ ବୋଲି ମୂରଲୀ କୁହଂତି । ତେବେ ଦୁଃଖର କଥା ହେଲା ନିଜର ୫୦୦ ଟଙ୍କାର ଭତାରେ ଅଭାବରେ ସଢୁଥିବା ମୂରଲୀ ଅନ୍ତତଃପକ୍ଷେ ତାଙ୍କ ସ୍ତ୍ରୀର ଭତା ମିଳିବା ନେଇ ଢେରଦିନ ହେବ ଆଶା ବାନ୍ଧି ବସିଛନ୍ତି । ହେଲେ ବୟସ ୭୨ ବର୍ଷ ହୋଇଥିଲେ ବି ସ୍ତ୍ରୀ ଶକୁନ୍ତଳାଙ୍କୁ କାହିଁକି ଭତା ମିଳୁନି ସେ ପ୍ରଶ୍ନ ମୂରଲୀଙ୍କ ଲାଗି ଅସାମହିତ ହୋଇଛି ।