Odiapua.com

ଦୁର୍ଘଟଣା ଘଟିଲା : ମାତ୍ର ଜୀବନ୍ତ ଜଳି ଗଲେ ଦୁଇ ବାଇକ ଆରୋହୀ

କଟକ : ୧୪/୨ (ଓଡ଼ିଆ ପୁଅ/ ଅଭୟ ଜେନା) ଅଭାବନୀୟ ଘଟଣା କ୍ରମରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟି ଦୁଇଜଣ ବାଇକ ଆରୋହୀ ଜୀବନ୍ତ ଜଳି ମୃତ୍ୟୁ ବରଣ କରିବା ଘଟଣା ଚାଞ୍ଚଲ୍ୟ ସୃଷ୍ଟି କରଛି। ବିଳମ୍ବିତ ରାତିରେ ତିର୍ତ୍ତୋଲ ଅଞ୍ଚଳରୁ କଟକ ଅଭିମୁଖେ ଯାଉଥିବା ଦୁଇଜଣ ବାଇକ ଆରୋହୀ କନ୍ଦରପୁର ଟୋଲ ଗେଟ ନିକଟରେ ରହିଥିବା ଏକ କଂକ୍ରିଟ ମିକଶ୍ଚର ମେସିନରେ ଧକ୍କା ହୋଇଥିଲା। ଏହା ପରେ ବାଇକ ସହ ଉଭୟଙ୍କ ଦେହରେ ନିଆଁ ଲାଗିଯାଇଥିଲା। ଫଳରେ ବାଇକ ସହ ଦୁଇ ଯୁବକ ଜୀବନ୍ତ ଦଗ୍ଧ ହୋଇଯାଇଥିଲେ। ସ୍ଥାନୀୟ ଲୋକଙ୍କ ସହାୟତା ରେ ତାଙ୍କୁଏସ ସି ବି ବଡ ମେଡିକାଲରେ ଭର୍ତ୍ତି କରିଥିଲେ। ମାତ୍ର ଉଭୟ ବ୍ୟକ୍ତଙ୍କୁ ବଡ ମେଡିକାଲ ଡାକ୍ତର ମୃତ ବୋଲି ଘୋଷଣା କରିଥିଲେ। ତାଙ୍କର ପରିଚୟ ଜଣା ପଡି ନାହିଁ।