Odiapua.com

ଦୁର୍ଘଟଣାରେ ସୁନା ବ୍ୟବସାୟୀଙ୍କ ମୃତ୍ୟୁ

କେନ୍ଦ୍ରାପଡ଼ା ୧୬ -୧୦ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ) : କେନ୍ଦ୍ରାପଡା ସହରର ସୁନା ବ୍ୟବସାୟୀ ପ୍ରଦିପ୍ତ କୁମାର ସାହୁ(୩୦)ଙ୍କ ଏକ ସଡକ ଦୁର୍ଘଟଣାରେ ମୃତ୍ୟୁ ହୋଇଯାଇଛି। ଭୁବନେଶ୍ୱରସ୍ଥିତ ପଟିଆରେ ଏହି ଦୁର୍ଘଟଣା ଘଟିଛି। ପ୍ରଦିପ୍ତ ଏକ ବାଇକରେ ଯାଉଥିବା ବେଳେ ଏକ ଟ୍ରକ ପଛରେ ପିଟି ହୋଇ ଯାଇଥିଲେ। ଫଳରେ ଘଟଣା ସ୍ଥଳରେ ତାଙ୍କର ଗତ ଗୁରୁବାର ମୃତ୍ୟୁ ହୋଇଯାଇଥିଲା। ମୃତଦେହକୁ ବ୍ୟବଚ୍ଛେଦ ପରେ କେନ୍ଦ୍ରାପଡ଼ାସ୍ଥିତ ତାଙ୍କ ବାସଭବନକୁ ଅଣାଯାଇଥିଲା। ମୃତଦେହ କେନ୍ଦ୍ରାପଡ଼ାରେ ପହଞ୍ଚିିବା ପରେ ଏକ ଶୋକାକୂଳ ପରିବେଶ ସୃଷ୍ଟି ହୋଇଥିଲା। ପ୍ରଦିପ୍ତ କାକଟ ମଙ୍ଗଳା କ୍ଲବର ସଂପାଦକ ଥିଲେ। ସେ କେନ୍ଦ୍ରାପଡ଼ାରେ ବିଭିନ୍ନ ପ୍ରକାର ସମାଜସେବା କାର୍ଯ୍ୟରେ ନିୟୋଜିତ ଥିଲେ। କଜଳା ସ୍ଥିତ ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି।