Odiapua.com

ଦୁର୍ଘଟଣାରେ ଯୁବକ ଗୁରୁତର

ଭଦ୍ରକ, ୧୫ା୫ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଆଗରପଡ଼ା ଥାନା ଅନ୍ତର୍ଗତ ଛୟାଳସିଂ ପଂଚାୟତ ମଙ୍ଗୁଲି ଗ୍ରାମର ପ୍ରତାପ ପରିଡ଼ା(୪୧)ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇ ବର୍ତ୍ତମାନ ଆପୋଲୋ ହସ୍‌ପିଟାଲରେ ଚିକିତ୍ସାଧିନ ଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ; ଗତ ଶୁୂକ୍ରବାର ଅପରାହ୍ନ ସମୟରେ ପ୍ରତାପ ଏକ ବିବାହ କାର୍ଯ୍ୟରେ ଯୋଗ ଦେବା ପରେ ଆଗରପଡ଼ାରୁ ନିଜ ବାଇକ ଯୋଗେ ମଙ୍ଗୁଲି ଗ୍ରାମକୁ ଫେରୁଥିଲେ। ଫେରିବା ବାଟରେ ଆଗରପଡ଼ା ନିକଟସ୍ଥ ବିଶଲକଣା ଛକ ନିକଟରେ ଅପରପକ୍ଷରୁ ଆସୁଥିବା ଏକ ବାଇକ ସହ ତାଙ୍କର ମୁହାଁ ମୁହିଁ ଧକ୍କା ହୋଇଥିଲା। ତାଙ୍କୁ ପ୍ରଥମେ ଭଦ୍ରକ ମୁଖ୍ୟ ଡ଼ାକ୍ତରଖାନା ଓ ପରେ କଟକକୁ ସ୍ଥାନାନ୍ତରୀତ କରାଯାଇଥିଲା। ବର୍ତ୍ତମାନ ସେ ଭୁବନେଶ୍ୱର ସ୍ଥିତ ଆପୋଲୋ ହସ୍‌ପିଟାଲରେ ଚିକିତ୍ସାଧିନ ଥିବା ଜଣାପଡ଼ିଛି। ତାଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାର ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି।