ଭଦ୍ରକ, ୬ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଏହି ଜିଲାର ଧାମନଗର ଥାନା ଅନ୍ତର୍ଗତ ଦୋବଲ ପୋଲି ନିକଟରେ ଏକ ବାଇକ୍ ଦୁର୍ଘଟଣାରେ ସ୍ଥାନୀୟ କଣ୍ଟାପାରି ଗ୍ରାମର ଜଣେ ଯୁବକର ମୃତ୍ୟୁ ଘଟିଛି । ଖବରରୁ ପ୍ରକାଶଯେ ସୋହଡ଼ା ପଂଚାୟତର କଣ୍ଟାପାରି ଗ୍ରାମର ଧରଣି ଜେନାଙ୍କ ପୁଅ ସାଗର ଜେନା(୩୦)ଆଜି ବାଇକ୍ ଓଡ଼ି-୩୪-ଏମ୍-୧୦୬୮ ଆପାଚି ଗାଡ଼ି ନେଇ ଦୋବଲ ବଜାରକୁ ଆସୁଥିବାବେଳେ ଦୋବଲ ନିକଟସ୍ଥ ଗେଙ୍ଗୁଟି ନଦୀ ପୋଲ ଠାରେ ଥିବା ଏକ ପଥରରେ ଭାରଶ୍ୟାମ ହରାଇ ବାଢେଇ ହୋଇଥିଲା । ଫଳରେ ସାଗରରୁ ମୁଣ୍ଡରେ ଆଘାତ ହୋଇଥିଲା । ସ୍ଥାନୀୟ ଲୋକମାନେ ୧୦୮କୁ ଫୋନକରି ବିଫଳ ହେବାରୁ ପରବର୍ତ୍ତି ସମୟରେ ସ୍ଥାନୀୟ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବରପାଇ ଦମକଳବାହିନୀ ଘଟଣାସ୍ଥଳରେ ପହଂଚି ଗୁରୁତର ଅବସ୍ଥାରେ ସାଗରକୁ ଧାମନଗର ମେଡ଼ିକାଲକୁ ଆଣିଥିବାବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲା । ଧାମନଗର ପୋଲିସ ଘଟଣାସ୍ଥଳରେ ପହଂଚି ଶବ ଜବତ କରିଥିବା ଜଣାଯାଇଛି ।