Odiapua.com

ଦୁର୍ଘଟଣାଗ୍ରସ୍ତ ଯୁବତୀଙ୍କୁ 5 T ସଚିବ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କଲେ

ପୁରୀ ୨୭-୯ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) – ଭୁବେନେଶ୍ୱର ଜାତୀୟ ରାଜପଥରେ ଦୁର୍ଘଟଣାଗ୍ରସ୍ତ ଜଣେ ଯୁବତୀଙ୍କୁ ୫ T ସଚିବ ଗତକାଲି ରାତିରେ ଉଦ୍ଧାର କରି ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। ଆହତ ପୁରୀ ବ୍ରହ୍ମଗିରି ନିକଟସ୍ଥ ହଳଦିଆ ଗ୍ରାମର ଅର୍ଣ୍ଣପୂର୍ଣା ସାହୁଙ୍କୁ ପ୍ରାଥମିକ ଚିକିତ୍ସା ଯୋଗାଇ ଦେବା ପରେ ପରିବାର ଲୋକେ ତାଙ୍କୁ ଘରକୁ ନେଇଯାଇଛନ୍ତି। ଗତକାଲି ୫ T ସଚିବ ଭି କେ ପାଣ୍ଡିଆନ ଭୁବେନେଶ୍ୱରରୁ ପୁରୀ ଆସୁଥିଲେ। ରାସ୍ତାରେ ଜଣେ ଯୁବତୀ ନିଜ ମୋପେଡ ସହ ନିସ୍ତେଜ ହୋଇ ରକ୍ତାକ୍ତ ଅବସ୍ଥାରେ ପଡ଼ିଥିବା ପାଣ୍ଡିଆନ ଦେଖିଥିଲେ। ସେ ନିଜ ମହନିୟତା ପ୍ରଦର୍ଶନ କରି ଆହତ ଯୁବତୀଙ୍କୁ ନିଜ ଗାଡ଼ିରେ ଧରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଇଥିଲେ। ତେବେ ପାଣ୍ଡିଆନଙ୍କ ଏହି ମହତ କାର୍ଯ୍ୟ ପାଇଁ ସାଧାରଣରେ ତାଙ୍କୁ ପ୍ରଶଂସା କରାଯାଇଛି।