Odiapua.com

ଦୁର୍ଘଟଣାଗ୍ରସ୍ତ ଟ୍ରକରୁ ମଦ ଜବତ ଘଟଣା, ମାମଲା ଋଜୁ

ଭଦ୍ରକ, ୧୩-୮ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଣ୍ଡାରିପୋଖରୀ ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥର ନେଉଳିଆ ଠାରେ ହୋଇଥିବା ସଡକ ଦୁର୍ଘଟଣାରେ ସଂପୃକ୍ତ ଥିବା ଏପି ୦୫ ଟିଟି ୧୮୧୧ ନଂ ଟ୍ରକରୁ ଜବତ ହୋଇଥିବା ୧୮ ଲିଟର ଚୋରା ବିଦେଶୀ ମଦ ଘଟଣାରେ ମାମଲା ଋଜୁ ହୋଇଛି। ଓଏସଆଇ ନରେନ୍ଦ୍ର ଦାସଙ୍କ ଅଭିଯୋଗ କ୍ରମେ ଥାନାରେ ୧୪୩/୨୦ନଂ ମାମଲା ଚାଳକଙ୍କ ନାମରେ ଋଜୁ ହୋଇଛି। ଏଥିସହ ଗୃହରକ୍ଷୀ ସୁଭାଶିଷ ପଣ୍ଡାଙ୍କ ଅଭିଯୋଗ କ୍ରମେ ଦୁର୍ଘଟଣାରେ ସାମିଲ ଟ୍ରକ ଓ କଣ୍ଟେନରକୁ ଜବତ କରାଯାଇ ୧୪୨/୨୦ନଂ ମାମଲା ଋଜୁ କରାଯାଇଛି।