Odiapua.com

ଦୁର୍ଗାବାହିନୀର ୩୩ତମ ସ୍ଥାପନା ଦିବସ ପାଳିତ

ଭଦ୍ରକ, ୨୨ା୧୦ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ଭଦ୍ରକ ଜିଲା ଦୁର୍ଗାବାହିନୀ ସଂଗଠନର ସ୍ଥାପନା ଦିବସ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଅବସରରେ ଶସ୍ତ୍ର ପୂଜନ ଏବଂ ଦୁର୍ଗାଷ୍ଟମୀରେ କୁମାରୀମାନଙ୍କ ପୂଜନ କରାଯାଇଥିଲେ । ମୁଖ୍ୟ ଅତିଥି ଦୁର୍ଗାବାହିନୀର ପ୍ରାନ୍ତ ସଂଯୋଜିକା ସିପ୍ରା ରାଉତ, ମୁଖ୍ୟବକ୍ତା ସୁଦକ୍ଷା ଶିକ୍ଷାବିତ୍ ରଶ୍ମିତା ଦାଶ, ଜନସଂଖ୍ୟା ସମାଧାନ ଫାଉଣ୍ଡେସନର ମିତସ୍ମିତା ବଳ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ନାରୀ ଅବଳା ନୁହେଁ, ସବଳା । ଏଣୁ ପ୍ରତ୍ୟେକ ନାରୀ ଭାରତୀୟ ଗୌରବମୟ ସନାତନ ସଂସ୍କୃତିର ସୁରକ୍ଷା, ସମୃଦ୍ଧି ପାଇଁ ଚିରନ୍ତନ ପ୍ରୟାସ କରିବା ସହ ପାଶ୍ଚାତ୍ୟ ଅପସଂସ୍କୃତି ଅନୁକରଣ ବନ୍ଦ କରିବା ଦ୍ୱାରା ବ୍ୟକ୍ତିଗତ ପାରିବାରିକ ଓ ସମାଜର ଅଗ୍ରଗତି ସମ୍ଭବ ବୋଲି ବକ୍ତାମାନେ ସୂଚାଇବା ସହ ଦୁର୍ଗାବାହିନୀ ତାର ପ୍ରତ୍ୟେକ ସଦସ୍ୟମାନଙ୍କୁ ସୁଦକ୍ଷ କରାଇବା, ଆତ୍ମରକ୍ଷା, ଶିକ୍ଷା, ସଂଗଠିତ, ଆତ୍ମନିର୍ଭରଶୀଳତା, ଲଭ୍‌-ଜିହାଦରୁ ରକ୍ଷା ଓ ସଂସ୍କୃତି ସଂପନ୍ନ ହେବା ଦିଗରେ କିଭଳି ନିରନ୍ତର ପ୍ରୟାସ କରାଇଆସୁଛି, ସେ ସଂପର୍କରେ ବକ୍ତବ୍ୟ ରଖିôଥଲେ । ଆମ ସାଂସ୍କୃତିକ ବ୍ୟବସ୍ଥାକୁ ଯେପରି ଯୋଜନାପୂର୍ବକ ଧ୍ୱଂସ କରିବାର ପ୍ରୟାସ କରାଯାଉଛି, ତାର ପ୍ରତିକାର ପାଇଁ ପ୍ରତ୍ୟେକ ନାରୀକୁ ଦୁର୍ଗାବାହିନୀରେ ସାମିଲ ହୋଇ ସର୍ବସଂପନ୍ନା ଦୁର୍ଗାସ୍ୱରୂପା ହେବାପାଇଁ ବକ୍ତାମାନେ ମତ ରଖିଥିଲେ । ଏହି କାର୍ଯ୍ୟକ୍ରମ ପରେ ସମସ୍ତ ସଦସ୍ୟାମାନଙ୍କର ଏକ ଶୋଭାଯାତ୍ରା ନଗର ପରିକ୍ରମା ପରେ କାର୍ଯ୍ୟକ୍ରମ ସମାପନ ହୋଇଥିଲା । ଜିଲା ଦୁର୍ଗାବାହିନୀର ସଂଯୋଜିକା ମଧୁସ୍ମିତା ମହାପାତ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ତାଙ୍କୁ ମାତୃଶକ୍ତିର ସହ ସଂଯୋଜିକା ସୁବ୍ରତା ସାହୁ ଏବଂ ଦୁର୍ଗାବାହିନୀର ସହ ସଂଯୋଜିକା ମନୋଲିସା ରାଉତ ସହଯୋଗ କରିଥିଲେ । ବିଶ୍ୱହିନ୍ଦୁ ପରିଷଦର ଜିଲା ଉପସଭାପତି ଟି. ରାଜଲକ୍ଷ୍ମୀ ଧନ୍ୟବାଦ ଅର୍ପଣ କରିଥିଲେ । ମାତୃଶକ୍ତିର ସଂଯୋଜିକା ସରୋଜିନୀ ଦାସ, ମାତୃଶକ୍ତିର ନଗର ସଂଯୋଜିକା କବିତା ସାହୁ, ମାଳତୀ ସାମନ୍ତ, ରଂଜିତା ସାହୁ, ସୃତି ଚେତନା ପ୍ରମୁଖ ଶତାଧିକ କର୍ମକର୍ତ୍ତା କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।