Odiapua.com

ଦୁର୍ଗାପୂଜା ନିମନ୍ତେ ପ୍ରସ୍ତୁତି ବୈଠକ, ନିରାଡ଼ମ୍ବର ଭାବେ ଅନୁଷ୍ଠିତ ହେବ ପୂଜା

ବଲାଙ୍ଗୀର ୧୩-୦୯ (ଓଡ଼ିଆ ପୁଅ/ସନ୍ତୋଷ ନାୟକ) ବଲାଙ୍ଗୀର ଜିଲ୍ଲା ମୁରିବାହାଲ ବ୍ଲକ ଗୋଇମୁଣ୍ଡ ଗ୍ରାମରେ ୪୪ ତମ ପଞ୍ଚାୟତ ସ୍ତରୀୟ ସାର୍ବଜନୀନ ଦୁର୍ଗାପୂଜା ନିମନ୍ତେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇ କମିଟୀ ଗଠନ କରାଯାଇଛି। ଚଳିତ ବର୍ଷ କୋଭିଡ କଟକଣାକୁ ଆଖିରେ ରଖି ୪୩ ବର୍ଷର ପରମ୍ପରାକୁ ବଜାୟ ରଖି ସୁରୁଖୁରୁରେ ପୂଜା ଅନୁଷ୍ଠିତ କରାଯିବା ପାଇଁ ଆଲୋଚନା କରାଯାଇଥିଲା। ସର୍ବସମ୍ମତି କ୍ରମେ ସଭାପତି ସନ୍ତୋଷ କୁମାର ସାହୁ, କାର୍ୟ୍ୟକାରୀ ସଭାପତି ରୋହିତ ଭୋଇ, ଉପସଭାପତି ଗୋରେଖ ଭୋଇ, ସଂପାଦକ ଭକ୍ତବନ୍ଧୁ ସାହୁ, ସହ ସଂପାଦକ ରମାକାନ୍ତ ସାହୁ, କୋଷାଧ୍ୟକ୍ଷ ମୀନକେତନ ସାହୁ, ସଦସ୍ୟ ଭାବେ ଅମିତ ରଣା, ରମେଶ ସାହୁ, ଗଣେଶ୍ୱର ନାଏକ, ଧନସିଂ ବାଗ, ଶରତ ସାହୁ, ସୋମନାଥ ସାହୁ, ଗଙ୍ଗା ଭୋଇ, ଧରମ ସିଂ ଭୋଇ, ଚିତ୍ତମନ୍ତନ୍ତ ସାହୁ ଏବଂ ଉପଦେଷ୍ଟା ମଣ୍ଡଳୀ ମହିଧର ଭୋଇ, ଚିତ୍ତରଞ୍ଜନ ସାହୁ, ବିନୋଦ ସାହୁ, ପିତାମ୍ବର ସାହୁ, ଛିନୁ ଭୋଇ, ଚକ୍ରଧର ରଣା, ଅଭିରାମ ଭୋଇଙ୍କୁ ମନୋନୀତ କରାଯାଇଥିଲା। ଏ ବର୍ଷ କରୋନା ନିୟମକୁ ମାନି ନିରାଡମ୍ବର ଭାବେ ପୁଜା ଅନୁଷ୍ଠିତ ହେବ ବୋଲି ମତ ପ୍ରକାଶ ପାଇଥିଲା।