Odiapua.com

ଦୁର୍ଗମ ଅଞ୍ଚଳରେ ମ୍ୟାଲେରିଆ ଦମନ କାର୍ଯ୍ୟକ୍ରମ

ବାଲିଗୁଡ଼ା, ୨୫/୬ (ଓଡ଼ିଆ ପୁଅ/ଏସ୍.କେ.ପ୍ରାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବ୍ଲକ୍ ଅଧିନସ୍ଥ ବାରଖମା ସ୍ୱାସ୍ଥ୍ୟ କେନ୍ଦ୍ର ଆନୁକୂଲ୍ୟରେ ପରମପାଙ୍ଗା ପଞ୍ଚାୟତରେ ବନିମିଲା ଗ୍ରାମରେ ବାରଖମା ଗୋଷ୍ଠୀ ସ୍ୱାସ୍ଥ୍ୟ କନ୍ଦ୍ରର ଚିକିତ୍ସାଧିକାରୀ ଡଃ. ଅରବିନ୍ଦ ଖୁଣ୍ଟିଆଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ସମଗ୍ର ବନିମିଲା ଗ୍ରାମରେ ମ୍ୟାଲେରିଆ ଦମନ ଅଭିଯାନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ଏହି ଅବସରରେ ଆଖପାଖ ଗ୍ରାମାଞ୍ଚଳ ଗୁଡ଼ିକରେ ଲୋକେ କିଭଳି ମ୍ୟାଲେରିଆରୁ ମୁ୍କ୍ତି ପାଇବେ ସେ ସଂପର୍କରେ ଲୋକଙ୍କୁ ସଚେତନ କରାଯିବ ସହ ନିୟମିତ ମଶାରୀ ବ୍ୟବହାର, ନାଳ ନର୍ଦ୍ଦମା ସଫା ରଖିବା, ପରିବେଶ ନିର୍ମଳ ରଖିବା ଏବଂ ମ୍ୟାଲେରିଆ ଔଷଧ ଖାଇବା ଉପରେ ପରାମର୍ଶ ଦିଆଯାଇଥିଲା। ସେହପରି କୀଟନାଶକ ସିଞ୍ଚନ ହୋଇଥିବା ସ୍ଥାନଗୁଡ଼ିକରେ ୩ମାସ ପର୍ଯ୍ୟନ୍ତ ଲିପାପୋଛା ନକରିବାକୁ ବୁଝା ଯାଇଥିଲା। ଏହି କାର୍ଯ୍ୟକ୍ରମରେ ୧୪୯ ଜଣଙ୍କ ରକ୍ତ ନମୁନା ପରୀକ୍ଷା କରାଯାଇ ସେଥି ମଧ୍ୟରୁ ମାତ୍ର ଜଣଙ୍କର ମ୍ୟାଲେରିଆ ପଜିଟିଭ୍ ବାହାରି ଥିଲା, ଉକ୍ତ ବ୍ୟକ୍ତିଙ୍କୁ ସଙ୍ଗେ ସଙ୍ଗେ ସମସ୍ତ ଆବଶ୍ୟକୀୟ ଔଷଧ ପତ୍ର ନେଇ ଚିକିତ୍ସା କରାଯାଇଥିଲା। ଏଥିରେ ସ୍ୱାସ୍ଥ୍ୟ ପରିଦର୍ଶକ ତଥା ଗୋଷ୍ଠୀ ସ୍ୱାସ୍ଥ୍ୟ ସଂପ୍ରସାରଣ ଅଧିକାରୀ ନାରାୟଣ ବରାଳ ଓ ଅନ୍ୟାନ୍ୟ କର୍ମଚାରୀ ପରିଚାଳନା କରିଥିବା ବେଳେ ସରପଞ୍ଚ, ନାଏବ ସରପଞ୍ଚ ଓ ୱାର୍ଡ଼ ମେମ୍ବର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।