Odiapua.com

ଦୁବାଇରେ ନୂଆଖାଇ ଭେଟଘାଟ‌

ସମ୍ବଲପୁର, ୨୨/୯ – (ଓଡ଼ିଆ ପୁଅ) ଦୁବାଇର କ୍ରେଡ଼େନ୍ସ ହାଇସ୍କୁଲ ପରିସରରେ ନୂଆଖାଇ ଭେଟଘାଟ ଅନୁଷ୍ଠିତ ହୋଇଛି। ଦୁବାଇରେ ଅବସ୍ଥାପିତ ଭାରତୀୟ କନସୁଲ ଜେନେରାଲ ଶ୍ରୀଯୁକ୍ତ ବିପୁଲ ଏବଂ ସାଂସଦ ତଥା ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ସମ୍ପାଦକ ସୁରେଶ ପୂଜାରୀ ଅତିଥି ଭାବରେ ଯୋଗ ଦେଇଥିଲେ। ନୂଆ ଧାନରେ ମା’ ସମଲେଶ୍ୱରୀଙ୍କ ଠାରେ ଭୋଗ ଲଗାଯିବା ସହିତ ଦୀପ ପ୍ରଜ୍ୱଳନ ପରେ ଆରମ୍ଭ ହୋଇଥିବା ଦୁବାଇର ଷଷ୍ଠ ନୂଆଖାଇ ଭେଟଘାଟ ଉତ୍ସବରେ ସୁରେଶ ପୂଜାରୀ ବକ୍ତବ୍ୟ ଦେଇ ବିଦେଶ ମାଟିରେ କର୍ମସଂସ୍ଥାନ ପାଇଁ ବସବାସ କରୁଥିବା ଓଡ଼ିଶା ମୂଳର ଲୋକେ ନିଜର ସଂସ୍କୃତି ଓ ପରମ୍ପରାକୁ ପାଳନ କରି ଏହାର ପ୍ର·ର ପ୍ରସାର କରୁଥିବାରୁ ଧନ୍ୟବାଦର ପାତ୍ର ଅଟନ୍ତି ବୋଲି କହିଥିଲେ। ଏତତ ଦ୍ୱାରା ଏ ପରମ୍ପରା ପୀଢ଼ି ପରେ ପୀଢ଼ି ଉଦ୍ଜୀବିତ ହୋଇ ରହିବ ବୋଲି ସେ ଆଶା ପୋଷଣ କରିଥିଲେ। ଭାରତୀୟ କନସୁଲେଟର କନ୍ସୁଲ ଜେନେରାଲ ଶ୍ରୀଯୁକ୍ତ ବିପୁଲ ଭାରତର ସମାଜ ପର୍ବପର୍ବାଣୀ ଏବଂ ଉତ୍ସବ ପାଳନ ଜରିଆରେ ନିଜ ମଧ୍ୟରେ ଏକତା, ସମନ୍ୱୟ ଏବଂ ଉତ୍ସାହ ବର୍ଦ୍ଧନ କରିଥାଏ ବୋଲି କହି ନୂଆଖାଇର ଶୁଭେଚ୍ଛା ଜଣାଇଥିଲେ। ସାଂସ୍କୃତିକ ପରମ୍ପରା ଓ ଗତିବିଧିକୁ ଉତ୍ସାହିତ କରିବାକୁ ଯାଇ କାର୍ଯ୍ୟକ୍ରମର ପରିବେଷଣ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଆରମ୍ଭ ହୋଇଥିଲା। ଭୋଜନ ପରେ ସମ୍ବଲପୁରୀ ଗାୟକ ଶତ୍ରୁଘନ ଲୁହା ଏବଂ ପମିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେମାନେ କେତୋଟି ଲୋକପ୍ରିୟ ସମ୍ବଲପୁରୀ ଗୀତ ଗାଇବା ପରେ ଦୁର୍ଗା ଦାଶଙ୍କ ପରି·ଳନାରେ ‘ରଙ୍ଗ ଫରୁଆ’ ଦଳ ସମ୍ବଲପୁରୀ ନୃତ୍ୟ ଏବଂ ଗୀତର କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହା ଉପସ୍ଥିତ ଦର୍ଶକଙ୍କ ମନ ମୋହି ନେଇଥିଲା। ଦର୍ଶକ ମଧ୍ୟ ନାଚିଥିଲେ। ନୂଆଖାଇ ଅବସରରେ ଦୁଇ ସପ୍ତାହ ଧରି ·ଲିଥିବା ପଶ୍ଚିମ ଓଡ଼ିଶା ଆଧାରିତ କୁଇଜ ପ୍ରତିଯୋଗିତାର ବିଜେତାଙ୍କୁ ପୁରସ୍କୃତ କରାଯାଇଥିଲା। ସ୍ଥାନୀୟ କଳାକାରମାନଙ୍କୁ ମଧ୍ୟ ପ୍ରମାଣପତ୍ର ବଣ୍ଟନ କରାଯାଇଥିଲା। ଦୀର୍ଘ ୯ ଘଣ୍ଟା ଧରି ବିଭିନ୍ନ କାର୍ଯ୍ୟକ୍ରମ ପରି·ଳନା ପରେ ନୂଆଖାଇ ଭେଟଘାଟର ସମାପ୍ତି ଘଟିଥିଲା।