ଭଦ୍ରକ, ୧ା୬ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଏହି ଜିଲାର ବନ୍ତ ବ୍ଲକ ଚାଇଁପୁର ସେବା ସମବାୟ ସମିତି ଆନୁକୂଲ୍ୟରେ ବାମୁଲ୍ ସହଯୋଗରେ ନୂତନ ଦୁଗ୍ଧ ସଂଗ୍ରହ କେନ୍ଦ୍ର ଉଦ୍ଘାଟିତ ହୋଇଯାଇଛି । ସମିତିର ଶୁସିଲ୍ କୁମାର ଦାଶଙ୍କ ତତ୍ୱବଧାନରେ ସମିତି ସଭାପତି କେନ୍ଦ୍ରକୁ ଉଦଘାଟନ କରିଥିଲେ । ଉପ-ସଭାପତି କମଳିନୀ ନାୟକଙ୍କ ସମେତ ବୋର୍ଡର ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ । ପରେ ୫୦ ଲିଟର ଦୁଗ୍ଧ କ୍ରୟ କରାଯାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରାଯାଇଥିଲା । ସମିତିର ସମ୍ପାଦକ ସୌମ୍ୟରଞ୍ଜନ ପଣ୍ଡା, ବାମୁଲ୍ ଭଦ୍ରକ ଶାଖାର ମୁଖ୍ୟ ମଣିଭଦ୍ର ବେହେରା, ତପନ କୁମାର ପ୍ରଧାନ, ଅଭୟ ପତି, ଗୌରୀ ଶଙ୍କର ମିଶ୍ର ପ୍ରମୁଖ ଏହି କେନ୍ଦ୍ର ପ୍ରତିଷ୍ଠା ହେବା ଦ୍ୱାରା ସ୍ଥାନୀୟ ଅଚଂଳର ଗୋ ପାଳକ ଓ ଚାଷୀ ମାନେ ଉପକୃତ ହେବା ସହ ସେମାନଙ୍କ ଉତ୍ପାଦିତ ଦୁଗ୍ଧର ଉଚିତ୍ ମୂଲ୍ୟ ପାଇ ପାରିବେ ବୋଲି କହିଥିଲେ । ଚାଷୀ ରମେଶ ଚନ୍ଦ୍ର ମଲ୍ଲିକ୍, ସଂଗ୍ରାମ ଶେଖର ନାୟକ, ତାପସ ରଞ୍ଜନ ନାୟକ, ଦୁଃଶାସନ ମହାନ୍ତି, ସନ୍ତୋଷ ଶତପଥି, ଜଗନ୍ନାଥ ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।