Odiapua.com

ଦୁଇ ଶିଶୁଙ୍କ ଖଣ୍ଡିଆଖାବରା ମୃତଦେହ ଉଦ୍ଧାର

ଅନୁଗୋଳ,୧୬/୩(ଓଡ଼ିଆପୁଅ/ଅଜିତ କୁମାର ବେହେରା):ଅଳିଆ ଗଦାରେ ଦୁଇ ଶିଶୁଙ୍କ ଖଣ୍ଡିଆଖାବରା ମୃତଦେହ ଦେଖିବାକୁ ମିଳିଛି। ଅନୁଗୋଳ ଜିଲ୍ଲା ମହିଧରପୁର ଉପରସାହିରେ ଥିବା ଏକ ଅଳିଆଗଦାରେ ଏଭଳି ଅଭବାନୀୟ ଘଟଣା ମାନବ ସମାଜର ନିଷ୍ଠୁରତାକୁ ଦର୍ଶାଇଛି। ଦୁଇ ନବଜାତ ଶିଶୁ କନ୍ୟାଙ୍କ ମୃତଦେହକୁ ଏଠାରେ କେହି ଫିଙ୍ଗି ଦେଇଥିବା ସନ୍ଦେହ କରାଯାଉଛି।
ଖବର ଅନୁଯାୟୀ,ଆଜି କିଛି ଲୋକ ସେହି ରାସ୍ତା ଦେଇ ଯାଉଥିବା ବେଳେ ନବଜାତ ଶିଶୁ ପଡିଥିବାର ଦେଖିବାକୁ ପାଇଥିଲେ। ତୁରନ୍ତ ଏନେଇ ସ୍ଥାନୀୟ ବଅଂରପାଳ ପୋଲିସକୁ ଖବର ଦିଆଯାଇଥିଲା। ଖବର ପାଇବାପରେ ପୋଲିସ ଘଟଣାର ଛାନ୍‌ଭିନ୍‌ ଆରମ୍ଭ କରିଛି । ସେପଟେ ମୃତଦେହ ପଡିଥିବା ସ୍ଥାନ ନିକଟରେ କୌଣସି ମେଡିକାଲ କି ନର୍ସିଂ ହୋମ ନାହିଁ। ତେବେ ଏଠାରେ କିଏ ଆଣି ନବଜାତ ଶିଶୁଙ୍କ ମୃତଦେହ ଫିଙ୍ଗିଛି ପୋଲିସ ତାହାର ତଦନ୍ତ ଆରମ୍ଭ କରିଛି।