Odiapua.com

ଦୁଇ ମହିଳାଙ୍କ ସମେତ ଚାରୀ ଜଣଙ୍କ ଠାରୁ ବିପୁଳ ନିଶା ଔଷଧ ଜବତ

ସମ୍ବଲପୁର, ୧୦/୫ (ଓଡ଼ିଆ ପୁଅ) ସମ୍ବଲପୁର ଟାଉନ ଥାନା ପୋଲିସ ଗତ ରାତି ସାହୁକଲୋନୀ ରେ ଚଢାଉ କରି ବିପୁଳ ପରିମାଣର ନିଶା ଔଷଧ ଜବତ କରିଛି। ଜବତ ସାମଗ୍ରୀ ମଧ୍ୟରେ ଶହେ ଏମଏଲ ପରିମାଣର ୭୯ ବୋଟଲ ଅନରେକ୍ସ ସିରପ, ନାଇଟ୍ରୋମେକ ବଟିକା ଗୋଟଏ ନମ୍ବର ବିହୀନ ଆପାଚୀ ମୋଟର ସାଇକେଲ ରହିଛି। ଏମାନେ ବେଆଇନ ଭାବେ ନିଶା ଦ୍ରବ୍ୟ ବିକ୍ରୟ ଓ କାରବାର ଚଳାଇଥିବା ଖବର ପାଇ ପୋଲିସ ସାହୁ କଲୋନୀରେ ଏହି ଖାନତଲାସ କରିଥିଲେ। ଖାନତଲାସ ବେଳେ ଏମାନଙ୍କ ମଧ୍ୟରୁ ଜଣଙ୍କ ଘର ପଛ ପଟେ ନାଇଟ୍ରୋମେକ-୧୦ ବଟିକା ସହିତ ଅନରେକ୍ସ ର ଅପମିଶ୍ରଣ ହେଉଥିବା ଜଣା ପଡ଼ିଥିଲା। ପଚରାଉଚୁରା କଲାବେଳେ ଏମାନେ ଔଷଧକୁ ଅଧିକ ନିଶା ଯୁକ୍ତ କରିବା ପାଇଁ ଅପମିଶ୍ରଣ କରୁଥିବା ବୟାନ ଦେଇଥିଲେ। ଗିରଫ ବ୍ୟକ୍ତି ମାନେ ହେଲେ ସୋମ ବେହେରା(୩୫), ସୁଭ୍ରା ବେହେରା(୨୮), ମାଞୁ ଦାସ(୨୮) ଏବଂ ବସୁ ବାଘ(୪୦)। ଘଟଣା ନେଇ ଟାଉନ ଥାନାର କେଶ ସଂଖ୍ୟା ୧୭୪/୧୯ ଉପରେ ଆଇପିସି ର ଧାରା ୨୭୪, ୨୭୫ ଓ୧୨୦(ଖ) ବଳରେ ମାମଲା ରୁଜୁ କରାଯାଇଛି।