Odiapua.com

ଦୁଇ ବାଲିବୋଝେଇ ଟ୍ରାକ୍ଟର ଜବଦ

ହାଟଡିହି- ୫ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ବେଆଇନ ଭାବେ ବାଲି ବୋଝେଇ କରି ଯାଉଥିବା ଦୁଇଟି ଟ୍ରାକ୍ଟରକୁ ହାଟଡିହି ତହସିଲ ପକ୍ଷରୁ ଜବଦ କରାଯାଇଛି । ତହସିଲର ଅତିରିକ୍ତ ତହସିଲଦାର ରଶ୍ମିରଞ୍ଜନ ଦାସ ଆନନ୍ଦପୁର ଭଦ୍ରକ ରାସ୍ତାରୁ ଏହି ବାଲିବୋଝେଇ ଟ୍ରାକ୍ଟର ଦୁଇଟିକୁ ଜବଦ କରି ନନ୍ଦିପଦା ଥାନା ଜିମା ଦେଇଛନ୍ତି ।