Odiapua.com

ଦୁଇ ଦିନରେ ୪୧ଆକ୍ରାନ୍ତ , ସଂକ୍ରମିତଙ୍କ ସଂଖ୍ୟା ୮୦୦ ଟପିଲା

ହାଟଡିହି- ୬ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି । ଦୁଇଦିନ ଭିତରେ ୪୧ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦୦ ଟପିଛି । ୪ତାରିଖରେ ୨୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତ୫ତାରିଖରେ ୧୪ଜଣ ଚିହ୍ନଟ ହୋଇଛନ୍ତି । ଗତ ୪ ଓ ୫ତାରିଖ ଦିନ ଆକ୍ରାନ୍ତ ହୋଇଥିବା ୪୧ଜଣଙ୍କ ମଧ୍ୟରେ ହାଟଡିହି ପଞ୍ଚାୟତରେ ୩ଜଣ, ଗେଡମା ପଞ୍ଚାୟତରେ ୨ଜଣ, ଶାସଙ୍ଗ ପଞ୍ଚାୟତରେ ୫ଜଣ, ଢ଼େଙ୍କା ପଞ୍ଚାୟତରେ ୩ଜଣ, ଶାଳଣିଆଁ ପଞ୍ଚାୟତରେ ୨ଜଣ, ପନ୍ଦାଡୋ ପଞ୍ଚାୟତରେଜଣେ, ବାଲିବରେଇ ପଞ୍ଚାୟତରେ ଜଣେ, ଆମ୍ବୋ ପଞ୍ଚାୟତରେ୨ଜଣ, ମରୈଗାଁ ପଞ୍ଚାୟତରେ୨ଜଣ, ଡଅଁର ପଞ୍ଚାୟତରେ୨ଜଣ, ଓରାଳି ପଞ୍ଚାୟତରେ୨ଜଣ, ସୋସୋ ପଞ୍ଚାୟତରେ ୬ଜଣ, ସମଣା ପଞ୍ଚାୟତରେଜଣେ, ସଢ଼ା ପଞ୍ଚାୟତରେ ୩ଜଣ, ବଞ୍ଚୋ ପଞ୍ଚାୟତରେ୫ଜଣ, ଅକରୁଆ ପଞ୍ଚାୟତରେଜଣେ, ଜଣ ଚିହ୍ନଟ ହୋଇଛନ୍ତି ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୦୧ରେ ପହଞ୍ଚିଛି ବୋଲି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି । ତନ୍ମଧ୍ୟରୁ ୬୫୯ଜଣ ସୁସ୍ଥ ହୋଇଥିବାବେଳେ ୧୪୨ଜଣ ଚିକିତ୍ସିତ ହେଉଛନ୍ତି ବେଲି ଡାକ୍ତରଖାନା ସୁତ୍ରରୁ ଜଣାଯାଇଛି ।