Odiapua.com

ଦୁଇ ଦିନରେ ୩୯ଆକ୍ରାନ୍ତ , ସଂକ୍ରମିତଙ୍କ ସଂଖ୍ୟା ୮୪୦ରେ ପହଞ୍ଚିଲା

ହାଟଡିହି- ୮ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ) ହାଟଡିହିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଉଛି । ଦୁଇଦିନ ଭିତରେ ୩୯ଜଣ ଆକ୍ରାନ୍ତ ଚିହ୍ନଟ ହେବାପରେ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪୦ ରେ ପହଞ୍ଚିଛି । ୬ତାରିଖରେ ୨୬ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଗତ ୭ତାରିଖରେ ୧୩ଜଣ ଚିହ୍ନଟ ହୋଇଛନ୍ତି । ଗତ ୬ ଓ ୭ତାରିଖ ଦିନ ଆକ୍ରାନ୍ତ ହୋଇଥିବା ୩୯ଜଣଙ୍କ ମଧ୍ୟରେ ହାଟଡିହି ପଞ୍ଚାୟତରେ ୪ଜଣ, ଅକରୁଆ ପଞ୍ଚାୟତରେ ୨ଜଣ, ଶାସଙ୍ଗ ପଞ୍ଚାୟତରେ ଜଣେ, ଗେଡମା ପଞ୍ଚାୟତରେ ୪ଜଣ, ସୋସୋ ପଞ୍ଚାୟତରେ ୧ଜଣ, ରମ୍ପାସ ପଞ୍ଚାୟତରେ ୨ଜଣ, ଇଞ୍ଚୋଳ ପଞ୍ଚାୟତରେ ୩ଜଣ, ଡଅଁର ପଞ୍ଚାୟତରେ ଜଣେ, ଓରାଳି ପଞ୍ଚାୟତରେ ୨ଜଣ, ସଢ଼ୋ ପଞ୍ଚାୟତରେ ଜଣେ, ଧନୁର୍ଜୟପୁର ପଞ୍ଚାୟତରେ ୨ଜଣ, ସୁଲଣ ପଞ୍ଚାୟତରେ ଜଣେ, ସମଣା ପଞ୍ଚାୟତରେ ଜଣେ, ମରୈଗାଁ ପଞ୍ଚାୟତରେ ଜଣେ, ଜମ୍ଭୀରା ପଞ୍ଚାୟତରେ ୩ଜଣ, ପଞ୍ଚୁଗୋଛିଆ ପଞ୍ଚାୟତରେ ୫ଜଣ, ସମଣା ପଞ୍ଚାୟତରେ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାଯାଇଛି । ଫଳରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮୪୦ରେ ପହଞ୍ଚିଛି ବୋଲି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି ।