Odiapua.com

ଦୁଇ ଟ୍ରେନ ମଧ୍ୟରେ ଧକ୍କା : ୧୫ ମୃତ, ୫୦ରୁ ଉର୍ଦ୍ଧ୍ବ ଆହତ

ନୂଆଦିଲ୍ଲୀ: ବାଙ୍ଗଲାଦେଶରେ ଦୁଇଟି ଟ୍ରେନ ମଧ୍ୟରେ ଦୁର୍ଘଟଣା ଘଟି ୧୫ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ୫୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି।ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଅନୁମାନ କରାଯାଉଛି।ସିଲହଟରୁ ଚଟଗାଓଁ ଯାଉଥିବା ଉଦ୍ଦାନ ଏକ୍ସପ୍ରେସ ସହିତ ଢାକା ଯାଉଥିବା ତୁର୍ନା ନିଷିତା ଟ୍ରେନ ସହିତ ମନ୍ଦୋବାଗ ଷ୍ଟେସନ ନିକଟରେ ଧକ୍କା ହୋଇଥିଲା।ରାତି ପ୍ରାୟ ୩ଟା ବେଳେ ଯେତେବେଳେ ସମସ୍ତ ଯାତ୍ରୀ ଶୋଇଥିଲେ, ସେତେବେଳେ ଦୁର୍ଘଟଣା ଘଟିଥିଲା।ଘଟଣା ସ୍ଥଳରେ ୧୨ ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ବେଳେ ମେଡିକାଲରେ ୩ ଜଣଙ୍କର ମୃତ୍ୟୁ ଘଟିଛି।ଏବେ ମଧ୍ୟ କେତେଜଣ ଟ୍ରେନ ବଗି ତଳେ ଚାପି ହୋଇ ରହିଥିବା ବେଳେ ଉଦ୍ଧାରକାର୍ଯ୍ୟ ଜାରୀ ରହିଛି।ମୃତାହତଙ୍କ ସଂଖ୍ୟା ବଢ଼ିବାର ଅନୁମାନ କରାଯାଉଛି।-ଦେବଦତ୍ତ ରଥ