Odiapua.com

ଦୁଇମାସ ହେଲା ପଲସଦା ବାସୀ ପାଇନାହାନ୍ତି ପିଡିଏସ ଚାଉଳ

ଖଡିଆଳ/ନୂଆପଡା-୧୧.୦୬.୧୯(ଓଡିଆ ପୁଅ /ସୁଜିତ କୁମାର ପ୍ରଧାନ): ନୂଆପଡା ଜିଲ୍ଲା ବୋଡେନ ବ୍ଲକ ପଳସଦା ଗ୍ରାମ ପଂଚାୟତର କୋଦୋପଡା ଗ୍ରାମର ର ୪୦ ରୁ ଉର୍ଦ୍ଧ୍ୱ ହିତାଧିକାରୀ ଗତ ୨ ମାସ ହେଲା ପିଡିଏସ ଚାଉଳ ମିଲିନଥିବା ଜଣାପଡିଛି। ଯାହାଫଳରେ ହିତାଧିକାରୀମାନେ ବୋଡେନ ଯୋଗାଣ ଅଧିକାରୀ ଦିବ୍ୟରାଜ ଭୋଇଙ୍କୁ ଫୋନ ଯୋଗେ ଅଭିଯୋଗ ସହିତ ପଲସଦା ଗ୍ରାମକୁ ଆସି ତଦନ୍ତ କରିବା ପାଇଁ ଅନୁରୋଧ କରିଥିଲେ। ପଳସଦା ଗ୍ରାମର ପିଡଏସ ପାଇନଥିବା ହିତାଧିକାରୀମାନଙ୍କ ଅଭିଯୋଗ ଅନୁଯାୟୀ ଯୋଗାଣ ଅଧିକାରୀ ଶ୍ରୀ ଭୋଇ ପଲସଦା ଗ୍ରାମକୁ ଆସି ତଦନ୍ତ କରିଥିଲେ। ତଦନ୍ତରେ ୪୦ ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କୁ ୨ ମାସର ପିଡିଏସ ଚାଉଳ ଦିଆଯାଇନଥିବା ଜାଣିବାକୁ ପାଇଥିଲେ। ପ୍ରକୃତରେ ସରପଞ୍ଚ କିମ୍ବା ଯୋଗାଣ ସହାୟକ ହେରଫେର କରିଛନ୍ତି ତାହା ତଦନ୍ତ କରିବେ କରିବା ସହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ହିତାଧିକାରୀମାନଙ୍କୁ ପ୍ରତିଶ୍ରୁତି ଦେଇଥିଲେ। ତଦନ୍ତ ବେଳେ ପଲସଦା ଗ୍ରାମ ପଞ୍ଚାୟତ ସରପଞ୍ଚ କୃଷ୍ଣଚନ୍ଦ୍ର ବେହେରା ଡକାଯାଇଥିଲେ ମଧ୍ୟ ସେ ଆସିନଥିଲେ। ଯୋଗାଣ ଅଧିକାରୀ ଦିବ୍ୟରାଜ ଭୋଇ ପ୍ରକାଶ କରିଥିଲେ ମୋ ପାଖରେ ଅଭିଯୋଗ ଆସିଛି ବହୁ ଶିଘ୍ର ପିଡିଏସ ଚାଉଳ ପାଇନଥିବା ସମସ୍ତ ହିତାଧିକାରୀ ମାନଙ୍କୁ ୨ ମାସର ଚାଉଳ ନିଶ୍ଚୟ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ।