Odiapua.com

ଦୁଇଦିନ ମଧ୍ୟରେ କଳାହାଣ୍ଡିରେ ୨୨ ଜଣ କରୋନା ପଜିଟିଭ, ସଂପୃକ୍ତ ଅଂଚଳ ଲକଡାଉନ ଘୋଷଣା

କଳାହାଣ୍ଡି, ୨୨-୦୭ (ଓଡିଆ ପୁଅ) କଳାହାଣ୍ଡି ଜିଲ୍ଲାରେ ମଙ୍ଗଳବାର ଓ ବୁଧବାର ଦୁଇ ଦିନ ମଧ୍ୟରେ ମୋଟ ୨୨ ଜଣ କରୋନା ପଜିଟିଭ ବାହାରିଥିବା ଜିଲ୍ଲାପ୍ରଶାସନ ପକ୍ଷରୁ ପ୍ରେସ ରିଲିଜରୁ ଜଣାପଡିଛି। ମଙ୍ଗଳବାର ୨୧ ତାରିଖ ଦିନ ୧୫ଟି ପଜିଟିଭ ବାହାରିଥିବା ବେଳେ ସେମାନେ ସବୁ ଆନ୍ଧ୍ରା, ମହାରାଷ୍ଟ୍ର ଓ କର୍ଣ୍ଣାଟକ ତଥା ଭୁବନେଶ୍ୱର ରୁ ଆସିଥିବା ବେଳେ ୧୧ ଜଣ ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ରହୁଥିବା ବେଳେ ୪ ଜଣ ନିଜ ଘରେ ସଙ୍ଗରୋଧରେ ରହୁଥିବାର ପ୍ରକାଶ। ତନ୍ମଧ୍ୟରୁ ୧୦ ଜଣ କେସିଙ୍ଗା ବ୍ଲକର ହୋଇଥିବା ବେଳେ ୪ ଜଣ କଲମପୁର ବ୍ଲକର ଏବଂ ଜଣେ ଜୟପାଟଣା ବ୍ଲକର ବୋଲି କୁହାଯାଉଛି। ବାନେର ଗ୍ରାମପଂଚାୟତ ଏବଂ ବିଜମରା ଗ୍ରାମ ପଂଚାୟତକୁ ସଟଡାଉନ ଘୋଷଣା କରାଯାଇଥିବା ଜଣାପଡିଛି।

ସେହିପରି ୨୨ ତାରିଖ ବୁଧବାର ଦିନ ପୁଣି ୭ ନୂଆ ପଜିଟିଭ ଚିହ୍ନଟ ହୋଇଥିବା ଜିଲ୍ଲାପ୍ରଶାସନର ପ୍ରେସ ରିଲିଜରୁ ଜଣାପଡିଛି। ସେମାନଙ୍କ ମଧ୍ୟରୁ ୫ ଜଣ ଗଂଜାମ ରୁ ଜଣେ ରାଉରକେଲାରୁ ଏବଂ ଜଣେ ଛତିଶଗଡ ଫେରନ୍ତାଙ୍କ ସଂଶ୍ପର୍ଶରେ ଆସିଥିବା ପ୍ରକାଶ। ସମସ୍ତ ୭ ଜଣ ଯାକ ନିଜ ନିଜ ଘରେ କ୍ୱାରେନଟାଇନରେ ରହିଥିବା ଜଣାପଡିଛି। ପଜିଟିଭ ଚିହ୍ନଟ ହେବା ପରେ ସମସ୍ତଙ୍କୁ କୋଭିଡ ହସପିଟାଲକୁ ସ୍ଥାନାନ୍ତରିତ କରାଯାଇଥିବା ପ୍ରକାଶ।

ଏଥି ସହିତ କଳାହାଣ୍ଡିରେ ୧୦୯ ପଜିଟିଭ ବାହାରିଥିବା ବେଳେ କୋଭିଡ ହସପିଟାଲରେ ଚିକିତ୍ସିତ ହୋଇ ୮୩ ଜଣ ସୁସ୍ଥ ହୋଇଥିବା ବେଳେ ୨୬ ଜଣ ଚିକିତ୍ସିତ ହେଉଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି।