Odiapua.com

ଦୁଇଦିନରେ ୨୭ ଆକ୍ରାନ୍ତ , ସଂକ୍ରମିତଙ୍କ ସଂଖ୍ୟା ୭୦୭ରେ ପହଞ୍ଚିଲା

ହାଟଡିହି- ୧ / ୬ (ଓଡିଆପୁଅ / ବିକାଶ ବିଶ୍ୱାଳ)ହାଟଡିହିରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ବୃଦ୍ଧିପାଇ ଏବେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୭ରେ ପହଞ୍ଚିଛି । ଗତ ଦୁଇଦିନ ଭିତରେ ମୋଟ ୨୭ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରେ ହାଟଡିହି ପଞ୍ଚାୟତରେ ୩ଜଣ, ମରୈଗାଁ ପଞ୍ଚାୟତରେ ୨ଜଣ, ଓରାଳି ପଞ୍ଚାୟତରେ୫ଜଣ, ଶାଳଣିଆଁ ପଞ୍ଚାୟତରେଜଣେ, ଷଡଙ୍ଗ ପଞ୍ଚାୟତରେ ଜଣେ, ଆମ୍ବୋ ପଞ୍ଚାୟତରେ ୪ଜଣ, ଇଞ୍ଚୋଳ ପଞ୍ଚାୟତରେଜଣେ, ସୋସୋ ପଞ୍ଚାୟତରେ୨ଜଣ, ବଞ୍ଚୋ ପଞ୍ଚାୟତରେ ୨ଜଣ, ପଞ୍ଚୁଗୋଛିଆ ପଞ୍ଚାୟତରେ୩ଜଣ, ଶାସଙ୍ଗ ପଞ୍ଚାୟତରେ୨ଜଣ, ଡଅଁର ପଞ୍ଚାୟତରେ ଜଣେ ଚିହ୍ନଟ ହୋଇଛନ୍ତି । ଫଳରେ ଆକ୍ରାନ୍ତଙ୍କ ସଂଖ୍ୟା ଏବେଯାଇ ୭୦୭ରେ ପହଞ୍ଚିଛି । ଏଥି ମଧ୍ୟରୁ ୪୮୦ଜଣ ସୁସ୍ଥ ହୋଇଥିବାବେଳେ ୮ଜଣ ବିଭିନ୍ନ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ଓ ୨୧୯ଜଣ ଗୃହ ସଂଗରୋଧରେ ଅଛନ୍ତି ବୋଲି ଶାଳଣିଆଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପକ୍ଷରୁ କୁହାଯାଇଛି ।