Odiapua.com

ଦୁଇଥର ଅଲିମ୍ପିକ୍ ପଦକ ବିଜେତା ପିଭି ସିନ୍ଧୁଙ୍କୁ ମିଳିଲା ବଡ ଦାୟିତ୍ତ୍ୱ ବ୍ୟାଡମିଣ୍ଟନ୍ ୱାର୍ଲ୍ଡ ଫେଡେରେସନ୍ ର ଆଥଲେଟ୍ସ କମିଶନର ସଦସ୍ୟ ହେଲେ

ନୂଆ ଦିଲ୍ଲୀ ୨୦-୧୨ (ଓଡ଼ିଆ ପୁଅ) ଦୁଇଥର ଅଲିମ୍ପିକ୍ ପଦକ ବିଜେତା ତଥା ଭାରତର ତାରକା ମହିଳା ସଟଲର ପିଭି ସିନ୍ଧୁଙ୍କୁ ଏକ ବଡ଼ ଦାୟିତ୍ତ୍ୱ ଦିଆଯାଇଛି। ତାଙ୍କୁ ବ୍ୟାଡମିଣ୍ଟନ ୱାର୍ଲ୍ଡ ଫେଡେରେଶନର ଆଥଲେଟ୍ସ କମିଶନର ସଦସ୍ୟ କରାଯାଇଛି। ୨୬ ବର୍ଷୀୟା ସିନ୍ଧୁ ୨୦୨୫ ପର୍ଯ୍ୟନ୍ତ ସଦସ୍ୟ ଭାବରେ ଅନ୍ୟ ପାଞ୍ଚଜଣ ସଟଲରଙ୍କ ସହିତ ସେବା କରିବେ।

BWF ଏକ ବିବୃତ୍ତିରେ କହିଛି, “BWF ଆଥଲେଟ୍ସ କମିଶନ ୨୦୨୧-୨୦୨୫: ଆଇରିସ୍ ୱାଙ୍ଗ (ଯୁକ୍ତରାଷ୍ଟ୍ର), ରବିନ୍ ଟେବେଲିଙ୍ଗ (ନେଦରଲ୍ୟାଣ୍ଡ), ଗ୍ରାସିଆ ପୋଲି (ଇଣ୍ଡୋନେସିଆ) କିମ୍ ସୋୟୋଙ୍ଗ (କୋରିଆ), ପିଭି ସିନ୍ଧୁ (ଭାରତ), ଜେଙ୍ଗ ସି ୱେଇ (ଚୀନ୍) ଏହି ୫ ଜଣ ସଦସ୍ୟଙ୍କୁ ଘୋଷଣା କରି ଖୁସି ପ୍ରକଟ କରିଛି।”

ଏହି ବିବୃତ୍ତିରେ ଆହୁରି ମଧ୍ୟ କୁହାଯାଇଛି ଯେ ନୂତନ କମିଶନ ଖୁବ ଶୀଘ୍ର ବୈଠକ କରିବେ ଏବଂ ଏହି ୫ ଜଣ ସଦସ୍ୟଙ୍କ ମଧ୍ୟରୁ ଆୟୋଗର ଚେୟାରମ୍ୟାନ୍ ଏବଂ ଉପାଧ୍ୟକ୍ଷ ଚୟନ କରିବେ।

ସୂଚନାଯୋଗ୍ୟଯେ, ସିନ୍ଧୁ ବ୍ୟାଡମିଣ୍ଟନ କୋର୍ଟରେ ଗୋଟିଏ ପରେ ଗୋଟିଏ ଅନେକ ସଫଳତା ହାସଲ କରିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସରେ ରୌପ୍ୟ ପଦକ ଜିତିବା ପରେ ସେ ଚଳିତ ବର୍ଷ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ। ଏହା ବ୍ୟତୀତ ସେ ୨୦୧୯ ରେ ସମ୍ମାନଜନକ ବିଶ୍ୱ ଚାମ୍ପିଅନସିପରେ ଦୁଇଟି ରୌପ୍ୟ, ଦୁଇଟି ବ୍ରୋଞ୍ଜ ଏବଂ ସ୍ୱର୍ଣ୍ଣ ପଦକ ଜିତିଥିଲେ।