Odiapua.com

ଦୁଇଟି ମୁଣ୍ଡ ଥିବା କଈଁଛ

ନୂଆଦିଲ୍ଲୀ,୦୧/୦୯,(ଓଡ଼ିଆ ପୁଅ ପି ନାଏକ): ଭଗବାନ ଯେଉଁଭଳି ଭାବେ ମଣିଷକୁ ବନାଇଛନ୍ତି ଠିକ ସେହିଭଳି ସେ ପଶୁ ମାନଙ୍କୁ ମଧ୍ୟ ବନାଇଛନ୍ତି । ପୃଥିବୀରେ ପଶୁ ମାନଙ୍କର ଅନେକ ପ୍ରକାର ପ୍ରଜାତି ଅଛନ୍ତି । ଏମାନଙ୍କ ମଧ୍ୟରୁ ଗୋଟିଏ ହେଉଛି କଇଁଛ । କଇଁଛ ଏକ ଛୋଟ ପଶୁ ଅଟେ ଯାହାକି ବହୁତ ଧୀରେ ଧୀରେ ଚାଲିଥାଏ । ସାଧାରଣତଃ କଇଁଛମାନେ ବହୁତ ବର୍ଷ ଧରି ବଞ୍ଚିଥାଆନ୍ତି କିନ୍ତୁ କଣ ଆପଣ କେବେ ଦେଖିଛନ୍ତି ଯେ ଗୋଟିଏ କଇଁଛର ଦୁଇଟି ମୁଣ୍ଡ ରହିଛି । ଆଶ୍ଚର୍ଯ୍ୟ ହୁଅନ୍ତୁ ନାହିଁ ଯେପରି ମଣିଷ ଶରୀରରେ ବେଳେବେଳେ ବିକୃତି ଦେଖାଯାଇଥାଏ ଠିକ ସେହିପରି ପଶୁ ମାନଙ୍କ କ୍ଷେତ୍ରରେ ମଧ୍ୟ ଏପରି ଦେଖାଯାଇଥାଏ । ନିକଟରେ ଏପରି ଏକ କଇଁଛ ସାମ୍ନାକୁ ଆସିଛି ଯାହାର ଦୁଇଟି ମୁଣ୍ଡ ରହିଛି ।