Odiapua.com

ଦୁଇଟି ବାଇକ ମୁହାଁମୁହିଁ ଧକ୍କା ୩ ଆହତ ଜଣେ ମୃତ

କେନ୍ଦ୍ରାପଡା ୧୩/୯ (ଓଡ଼ିଆ ପୁଅ/ଚିତ୍ତରଞ୍ଜନ ଦାସ)- ଦୁଇଟି ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣେ ବାଇକ ଚାଳକଙ୍କର ଘଟଣାସ୍ଥଳରେ ମୃତ୍ୟୁ ହୋଇଯାଇଥିବା ବେଳେ ଅନ୍ୟ ୩ଜଣ ଗୁରୁତ୍ତର ଆହାତ ହୋଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସିତ ଥିବା ଜଣାପଡିଛି। ଘଟଣାରୁ ପ୍ରକାଶ ଯେ କେନ୍ଦ୍ରାପଡା ସଦର ଥାନା ଅନ୍ତର୍ଗତ ପୁରୁଷୋତ୍ତମପୁର ପଂଚାୟତ ବରହମପୁର ଗ୍ରାମର ଡମ୍ବରୁଧର ପ୍ରଧାନ(୫୪) ଏକ ବାଇକ ଯୋଗେ କେନ୍ଦ୍ରାପଡା-ଗଣ୍ଡାଖିଆ ରାସ୍ତାରେ ରବିବାର ଅପରାହ୍ନ ପ୍ରାୟ ୪ଟା ସମୟରେ ଯାଉଥିବା ବେଳେ ଆୟବା ଗଡା ନିକଟରେ ଅପରପଟୁ ଆସୁଥିବା ଅନ୍ୟଏକ ବାଇକ ସହ ମୁହାଁମୁହିଁ ଧକ୍କା ହୋଇଥିଲା। ଫଳରେ ବାଇକ ଆରୋହୀ ଡମ୍ବରୁଧରଙ୍କ ସମେତ ଅନ୍ୟ ୩ଜଣଙ୍କୁ ଗୁରୁତ୍ତର ଅବସ୍ଥାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ଡମ୍ବରଧରଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟମାନେ ଡାକ୍ତରଖାନାରେ ଚିକିତ୍ସାଧିନ ଥିବା ଜଣାପଡିଛି। ସଦର ଥାନା ପୋଲିସ ଶବ ଜବତକରି ବ୍ୟବଛେଦ ପାଇଁ ପଠାଇ ଘଟଣାର ତଦନ୍ତ କରୁଥିବା ସୂଚନା ମିଳିଛି।