Odiapua.com

ଦୁଇଟି ଗାଡି ସହିତ ୧୫୨୦ କେଜି ଗଜେଂଇ ଜବତ,୫ଜଣ ଗିରଫ

ମାଲକାନଗିରି,୩୦ା୮ (ଓଡିଆ ପୁଅ ) ମାଲକାନଗିରି ଜିଲ୍ଲା ମୁଦୁଲିପଡା ଥାନା ପୁଲିସକୁ ମିଳିଛିି ଏକ ବଡ ଧରଣର ସଫଳତା,ଦୁଇଟି ଗାଡି ଓ ୧୫୨୦ କେଜି ଗଜେଂଇ ଜବତ ସହ ୫ଜଣଙ୍କୁ ଗିରଫ କରିଛି ପୁଲିସ । ମୁଦୁଲିପଡା ଥାନା ପୁଲିସ ପୋଟ୍ରୋଲିଂ କରୁଥିବା ସମୟରେ ଦୋରାମାସାହାନୀ ଗ୍ରାମ ନିଟରେ ଓଡି ୧୦ଏଚ ୦୩୧୧ ନମ୍ବର ଅଲଟୋ କାର,ଓଡି-୧୦ଏଚ-୫୩୩୯ ନମ୍ବର ଏକ ପିକ ଅପ ଭ୍ୟାନ ରେ କିଛି ଲୋକ ଦୃତ ଗତିରେ ଗାଡି ଚଳାଇ ପାଳାଉଥିବା ବେଳେ ପୁଲିସ ସେମାନଙ୍କୁ ଗୋଡାଇ ଧରିଥିଲେ । ଗାଡି ଜାଚଂ କରିବାରୁ ସେଥିରୁ ୭୧ଟି ପଲିଥିନ ବସ୍ତାରେ ଗଜେଂଇ ଥିବାର ଦେଖି ଗାଡିରେ ଥିବା ୫ଜଣଙ୍କୁ ଗିରଫ କରି ଥାନାକୁ ନେଇଥିଲେ । ଆଜି ଅପରାହ୍ନରେ ମାଲକାନଗିରି ଏସଡିପିଓ ଙ୍କ କାର୍ଯ୍ୟାଳୟ ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳିନୀରେ ଏସଡିପିଓ ଅଶୁଂମାନ ଦ୍ୱିବେଦୀ,ଅନ୍ୟ ଏସଡିପିଓ,ଥାନାଅଧିକାରୀ ଗଜେଂଇ ଚୋରା ଚାଲାଣକାରି ମାନଙ୍କୁ ଉପସ୍ଥିତ କରି ଗଜେଂଇ ଗୁଡିକୁ କରି ତଥ୍ୟପ୍ରଦାନ କରିଛନ୍ତି । ଗତ କାଲି ସନ୍ଦ୍ୟାରେ ମୁଦୁଲିପଡା ଥାନା ପୁଲିସ ପେଟ୍ରୋଲିଂ ରେ ଯାଇ ଗାଡି ଜାଂଚ କରୁଥିବା ବେଳେ ଏହି ଦୁଇଟି ଗାଡି ଧରାପଡିଥିଲା ।ଗାଡି ଦୁଇଟିରେ ଗଜେଂଇ ଚୋରା ଚାଲାଣ କରୁଥିବା କୋରାପୁଟ ଜିଲ୍ଲା ବୈପାରିଗୁଡା ଥାନାସ୍ଥ ଝାରିଆଗୁଡା ଗ୍ରାମର ହେମନ୍ତ ଟାକିର(୩୪) କୋରାପୁଟ ଜିଲ୍ଲା ମାଛକୁଣ୍ଡ ଥାନା ଅଚଂଳର ମହାଦବ ଦଳେଇ(୩୨),ମହେନ୍ଦ୍ର ଦଳେଇ(୨୪), ଗୋବର୍ଧନ ଦଲେଇ(୨୭),ମାଲକାନଗରି ଜିଲ୍ଲା ଚିତ୍ରକୋଣ୍ଡା ଥାନାସ୍ଥ ଆରଏସି ୧୪ ଗ୍ରାମର ଶିବାନ ଖରା(୩୦) ଙ୍କୁ ପୁଲିସ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ।