Odiapua.com

ଦୁଃଖଦ ଘଟଣା : ଠେଲାରେ ୩ କିମି ପତ୍ନୀଙ୍କୁ ହସ୍ପିଟାଲ ନେଲେ ବୃଦ୍ଧ, ପତ୍ନୀଙ୍କ ମୃତ୍ୟୁ, ଭଡ଼ିଓ ଭାଇରାଲ ପରେ ଉପ ମୁଖ୍ୟମନ୍ତ୍ରୀଙ୍କର ତଦନ୍ତ ନିର୍ଦ୍ଦେଶ

ନୂଆଦିଲ୍ଲୀ ୫-୪ (ଓଡ଼ିଆ ପୁଅ) : ଉତ୍ତର ପ୍ରଦେଶର ବଲିୟା ଜିଲ୍ଲାର ଏକ ଡାକ୍ତରଖାନାକୁ ଜଣେ ବୃଦ୍ଧ ନିଜ ଅସୁସ୍ଥ ପତ୍ନୀଙ୍କୁ ଠେଲାରେ ଟାଣି ନେଇଥିବାର ଏକ ଭିଡିଓ ମଙ୍ଗଳବାର ଦିନ ଭାଇରାଲ ହୋଇଥିଲା।

ମାର୍ଚ୍ଚ ୨୮ ରେ ଜିଲ୍ଲାର ଆଣ୍ଡାଉର ଗ୍ରାମରେ ଏହି ଘଟଣା ଘଟିତିବାର ଗଣମାଧ୍ୟମ ରିପୋର୍ଟରୁ ପ୍ରକାଶ।

ଭିଡିଓରେ ସାକୁଲ ପ୍ରଜାପତି ନାମକ ଜଣେ ବୃଦ୍ଧ ତାଙ୍କ ୫୫ ବର୍ଷିୟା ପତ୍ନୀ ଜୋଗନିଙ୍କୁ ଏକ ଠେଲାରେ ଡାକ୍ତରଖାନାକୁ ନେଇଥିବାର ବିଡ଼ିଓ ଭାଇରାଲ ହୋଇଥିଲା। ଏବେ ଉପ-ମୁଖ୍ୟମନ୍ତ୍ରୀ ମେଡିକାଲ ଏବଂ ସ୍ୱାସ୍ଥ୍ୟ ବିଭାଗର ମହାନିର୍ଦ୍ଦେଶକଙ୍କୁ ଏହି ଘଟଣାର ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ମାର୍ଚ୍ଚ ୨୮ ରେ ପ୍ରଜାପତି ତାଙ୍କ ପତ୍ନୀଙ୍କୁ ଏକ ଆମ୍ବୁଲାନ୍ସ ପାଇ ନ ଥିବାରୁ ଠେଲାରେ ତାଙ୍କ ଘରଠାରୁ ତିନି କିଲୋମିଟର ଦୂରରେ ଥିବା ଏକ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସ୍ୱାସ୍ଥ୍ୟ କେନ୍ଦ୍ରର ଡାକ୍ତରମାନେ କିଛି ଔଷଧ ଦେଇଥିଲେ ଏବଂ ତାଙ୍କ ପତ୍ନୀଙ୍କୁ ଜିଲ୍ଲା ଡାକ୍ତରଖାନାକୁ ରେଫର କରିଥିଲେ ପିଟିଆଇ ପ୍ରଜାପତିଙ୍କ ପ୍ରକାଶ କରିଛନ୍ତି।

ତେଣୁ ପ୍ରଜାପତି ଠେଲାରେ ନିଜ ପତ୍ନୀଙ୍କୁ ଛାଡି ପୋଷାକ ଓ ଟଙ୍କା ନେବାକୁ ଘରକୁ ଆସିଥିଲେ। ଏହା ପରେ ସେ ତାଙ୍କୁ ଏକ ମିନି ଟ୍ରକରେ ଡାକ୍ତରଖାନା ନେଇଥିଲେ। ତେବେ ଡାକ୍ତରଖାନାରେ ଚିକିତ୍ସା ସମୟରେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିବା ପୋଲିସ କହିଛି। କିନ୍ତୁ ରାତି ପ୍ରାୟ ୧୧ ଟାରେ ତାଙ୍କ ପତ୍ନୀଙ୍କର ମୃତ୍ୟୁ ଘଟିଥିଲା। ମୃତଦେହକୁ ଘରକୁ ନେବା ପାଇଁ ଡାକ୍ତରଖାନା ଆମ୍ବୁଲାନ୍ସ ଯୋଗାଇବାକୁ ମନା କରିଦେଇଥିଲା ବୋଲି ସେ ଦାବି କରିଛନ୍ତି। ରାତିରେ ସେବା ଉପଲବ୍ଧ ନାହିଁ ବୋଲି କୁହାଯାଇଥିଲା। ଏହା ପରେ ସେ ଏକ ଘରୋଇ ଆମ୍ବୁଲାନ୍ସକୁ ୧, ୧୦୦ ଟଙ୍କା ଦେଇ ମୃତ ଦେହକୁ ଆଣିଥିଲେ।

ଅପରପକ୍ଷରେ ରାଜ୍ୟରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ସୁବିଧା ଅଭାବରୁ ଯୋଗୀ ଆଦିତ୍ୟନାଥଙ୍କ ନେତୃତ୍ୱାଧୀନ ସରକାରଙ୍କୁ ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଟାର୍ଗେଟ କରିଛନ୍ତି। ଯାଦବ ଏକ ଟୁଇଟ୍‌ରେ କହିଛନ୍ତି ଯେ ରାଜ୍ୟରେ ବିଜେପି ସରକାର ସ୍ୱାସ୍ଥ୍ୟ କ୍ଷେତ୍ରରେ ପର୍ଯ୍ୟାପ୍ତ ଖର୍ଚ୍ଚ କରୁନାହାଁନ୍ତି।

ୟୁପିରେ ସ୍ୱାସ୍ଥ୍ୟ କ୍ଷେତ୍ରରେ ମିଥ୍ୟା ବିଜ୍ଞାପନରେ ଯାହା ଖର୍ଚ୍ଚ ହେଉଛି ତାହାର ଏକ ଛୋଟ ଅଂଶ ଚିକିତ୍ସା ସେବା ପାଇଁ ବଣ୍ଟନ କରାଯାଇଥାନ୍ତା ଯାହାକି ସମାଜବାଦୀପାର୍ଟି ଶାସନ କାଳରେ ଉନ୍ନତି ଘଟିଥଲା, ଲୋକମାନେ ଷ୍ଟ୍ରେଚର ଏବଂ ଆମ୍ବୁଲାନ୍ସ ଅଭାବରୁ ମୃତ୍ୟୁ ବରଣ କରୁଛନ୍ତି ବୋଲି ସମାଜବାଦୀ ପାର୍ଟିନେତା ଅଖିଲେଶ ଯାଦବ ଟ୍ୱିଟ କରିଛନ୍ତି।