Odiapua.com

ଦୁଃଖଦାୟକ : ସାବଧାନ! PUBG ଖେଳୁଖେଳୁ ରେଳଧାରଣାରେ ଚାଲିଗଲା ଦୁଇଭାଇଙ୍କ ଜୀବନ

ନୂଆ ଦିଲ୍ଲୀ ୯-୧ (ଓଡ଼ିଆ ପୁଅ) ମୋବାଇଲ୍‌ ଗେମ୍‌ ଗୁଡ଼ିକ ଆଜିକାଲି ଅନେକଙ୍କୁ ପରୋକ୍ଷରେ ମରଣ ମୁହଁକୁ ଠେଲିଦେଉଛି। ମୋବାଇଲ୍‌ ଗେମ୍‌ରେ ଆଜିକାଲି କିଶୋର କିଶୋରୀମାନେ ବେଶୀ ଲିପ୍ତରହୁଛନ୍ତି। ତେଣୁ ଏଥିପ୍ରତି ଅଭିଭାବକମାନଙ୍କୁ ଧ୍ୟାନଦେବାକୁ ଦେବାକୁ ପଡ଼ିବ। ବିଶେଷକରି ସନ୍ତାନମାନଙ୍କର ମୋବାଇଲରେ କେତେ ସମୟ ଦେଉଛନ୍ତି। କେଉଁଥିରେ କେତେ ସମୟ ଦେଉଛନ୍ତି ଏବଂ କେତେ ନିଶାରେ ବୁଡ଼ିରହିଛନ୍ତି। ଯଦି ଅଭିଭାବକମାନେ ଏଥିପ୍ରତି ଧ୍ୟାନ ଦେବାରେ ଅବହେଳା କରନ୍ତି ତେବେ କୌଣସି ଅଘଟଣ ଘଚିବାର ସମ୍ଭାବନା ରହୁଛି।

ଏହିପରି ଏକ ଦୁଃଖଦାୟକ ଘଟମା ଆସିଛି ରାଜସ୍ଥାନର ଅଲୱାର୍ ଜିଲ୍ଲାରୁ। ରେଳ ଧାରଣାରେ ବସିଥିବା ବେଳେ ମୋବାଇଲ୍ ଫୋନରେ ଲୋକପ୍ରିୟ ଅନ୍ଲାଇନ୍ ଗେମ୍ PUBG ଖେଳିବାରେ ବ୍ୟସ୍ତ ଥିଲେ ଦୁଇ ଭାଇ। ତେବେ ଶନିବାରଦିନ ଖେଳୁଥିବା ସମୟରେ ସେମାନେ ଏତେ ମଗ୍ନଥିଲେଯେ ରେଳଗାଡ଼ିର ହର୍ଣ୍ଣ ଏବଂ ଶବ୍ଦ ଶୁଣିପାରିନଥିଲେ। ଦୁଇବାଇଙ୍କ ଉପରେ ଟ୍ରେନ୍ ଚଢ଼ିଯିବାରୁ ଉଭୟଙ୍କର ମୃତ୍ୟୁ ଘଟିଛି ବୋଲି ପୋଲିସ କହିଛି।

ମୃତକଙ୍କ ନାମ ଲୋକେଶ ମୀନା (୨୨) ଏବଂ ତାଙ୍କ ସାନଭାଇ ରାହୁଲ (୧୯) ବୋଲି ଜଣାପଡିଛି। ସେମାନେ ପ୍ରତିଯୋଗିତାମୂଳକ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ ବୋଲି ପୋଲିସ କହିଛି। ଲୋକେଶ ମୀନା ଏବଂ ରାହୁଲ ରୁପବାସ ଟାଉନ ନିକଟ ରେଲୱେ ଟ୍ରାକରେ ବସି ଟ୍ରେନ ଚଳାଚଳ କରୁଥିବା ସମୟରେ PUBG ଖେଳୁଥିଲେ। ସେମାନେ ଖେଳରେ ଏତେ ବ୍ୟସ୍ତ ଥିଲେ ଯେ ଟ୍ରେନ ଆସୁଥିବା ଦେଖି ନଥିଲେ।”
ଶବ ବ୍ୟବଚ୍ଛେଦ ପରେ ମୃତଦେହଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ପୋଲିସ କହିଛି।