Odiapua.com

ଦୀର୍ଘ ସମୟ ପଚରାଉଚରା ପରେ ଗିରଫ ହେଲେ ଆଇଏଏସ ଅଧିକାରୀ ପୂଜା ସିଙ୍ଘଲ – ଇଡ଼ି ଦ୍ୱାରା ଗିରଫ ହେଲେ ପୂଜା

ନୂଆ ଦିଲ୍ଲୀ ୧୧-୫ (ଓଡ଼ିଆ ପୁଅ) ଏନଏଫଫୋର୍ସମେଣ୍ଟ ଡାଇରେକ୍ଟୋରେଟ (ଇଡ଼ି) ମନରେଗା ପାଣ୍ଠିର ଅପବ୍ୟବହାର ଏବଂ ଅନ୍ୟାନ୍ୟ ଅଭିଯୋଗ ସହିତ ଜଡ଼ିତ ମନି ଲଣ୍ଡରିଂ ଯାଞ୍ଚରେ ଝାଡ଼ଖଣ୍ଡର ଖଣି ସଚିବ ପୂଜା ସିଙ୍ଗଲଙ୍କୁ ଗିରଫ କରିଛି। ଦୀର୍ଘ ୧୭ ଘଣ୍ଟା ଧରି ପଚରାଉଚରା ପରେ, ଇଡ଼ି ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।

ଅନେକ ଘଣ୍ଟା ଧରି ପଚରାଉଚରା ପରେ ଇଡ଼ି ତାଙ୍କୁ ଗିରଫ କରିଛି। ନିକଟରେ, ରାଞ୍ଚି ଏବଂ ପୂଜା ସିଙ୍ଘଲଙ୍କ ସମ୍ପର୍କୀୟଙ୍କ ଅନ୍ୟ ସ୍ଥାନ ଉପରେ ଚଢ଼ାଉ ବେଳେ ଇଡି ୧୯ କୋଟିରୁ ଅଧିକ ନଗଦ ଟଙ୍କା ଏବଂ ଅନେକ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ପାଇଥିଲା।