Odiapua.com

ଦୀର୍ଘ ଦିନରୁ ଡକାୟତି କରି ଆସୁଥିବା ଡକାୟତଙ୍କୁ ଗିରଫ କରିବାରେ ସଫଳ ହେଲେ ନୂତନ ଥାନାଧିକାରୀ

ଟିଟିଲାଗଡ ୬-୧୦ (ଓଡ଼ିଆ ପୁଅ) ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ ଉପଖଣ୍ଡ ଅଞ୍ଚଳ ଓ ବିଭିନ୍ନ ସ୍ଥାନରେ ଏକ ୬ ଜଣିଆ ଡକାୟତ ଦଳ ଦୀର୍ଘ ଦିନରୁ ରାହାଜାନି, ଲୂଟ, ଡକାୟତି, ଚୋରି କରି ଏକ ସକ୍ରିୟ ରେକଟ ଚଳାଇ ଆସୁଥିଲେ ହେଁ ପୋଲିସ ଗିରଫ କରିପାରୁ ନ ଥିଲା। ଏହି ଦଳ ଜିଲ୍ଲା ଓ ଜିଲ୍ଲା ବାହାର ଅଂଚଳକୁ ଯାଇ ଯୋଜନାବଦ୍ଧ ଭାବେ ଦୀର୍ଘ ଦିନରୁ ଏହି କାର୍ଯ୍ୟ କରି ଆସୁଥିବା ବେଳେ ଟିଟିଲାଗଡ଼ ପୋଲିସ ଏହି ଡକାୟତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି। ଏହି ଦଳ ର ୩ ଜଣଙ୍କୁ ପୋଲିସ ଗିରଫ କରିଥିବା ବେଳେ ଅନ୍ୟ ତିନି ଜଣ ମୁଖ୍ୟ ଅଭିଯୁକ୍ତ ଓ ସହଯୋଗୀ ଫେରାର ଅଛନ୍ତି। ବିଶେଷ କରି ମଦଭାଟି, ଓ ଘରେ ପଶି ଚୋରି ସହ ଟ୍ରେନରେ ଚୋରି ଡକାୟତି କରୁଥିବା ଜଣାଯାଇଛି। ତେବେ ଅନେକ ମାମଲା ଦାୟର ହୋଇ ସୁଦ୍ଧା ପୋଲିସର ମୁଣ୍ଡ ବ୍ୟଥା ପାଲଟି ଥିଲା। ଏହି ତିନି ଜଣଙ୍କୁ ଗିରଫ ପରେ ଆଉ ଅନେକ ରହସ୍ୟ ସାମ୍ନାକୁ ଆସିବା ବିଭାଗୀୟ ଅଧିକାରୀ ପ୍ରକାଶ କରିଛନ୍ତି। ବିଗତ କିଛି ଦିନ ପୂର୍ବରୁ ଲୁଥୁରବନ୍ଦ ମଦ ଭାଟିରେ ଡକାୟତି କରି ଲକ୍ଷାଧିକ ଟଙ୍କା ଲୁଟ କରିଥିଲେ, ଗତ ଅଣତିରିଶ ତାରିଖରେ ହୋଇଥିବା ଏହି ଡକାୟତି ପରେ ଟିଟିଲାଗଡ ଥାନାର ନୂତନ ଥାନା ଅଧିକାରୀ ଭାବେ ଯୋଗ ଦେଇଥିବା ଶ୍ରୀ ମହାନ୍ତି ଏହି ଦଳକୁ ଠାବ କରିପାରିଛନ୍ତି। ଉକ୍ତ ଗିରଫଙ୍କ ନିକଟରୁ ଏକ ନମ୍ବର ବିହୀନ ନୂତନ ଅଟୋ, ନଗଦ ୬୮ ହଜାର ଟଙ୍କା, ୭୨ ହଜାର ଟଙ୍କlର ମଦ ଓ ଏକ ମୋବାଇଲ ଫୋନ ଜବତ କରାଯାଇଛି।