Odiapua.com

ଦୀପ ତିଆରି ପାଇଁ କୁମ୍ଭକାର ମାନେ ବ୍ୟସ୍ତ

ପୁରୀ, ୨୦/୧୦ (ଓଡ଼ିଆ ପୁଅ) ଆଲୋକର ପର୍ବ ଦୀପାବଳି ଉତ୍ସବକୁ ଚଳିତ ବର୍ଷ ବେଶ୍ ଆନନ୍ଦ ଉଲ୍ଲାସ ମଧ୍ୟରେ ପାଳନ କରିବା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। କୁମ୍ଭକାରମାନେ ଦୀପ ପ୍ରସ୍ତୁତି କରିବାରେ ଜୋର୍ ସୋର୍ ରେ ଲାଗି ପଡ଼ିଛନ୍ତି। ଗତ ୨ବର୍ଷ ଧରି କରୋନା କଟକଣା ପାଇଁ ଦୀପାବଳି ଉତ୍ସବ ପାଳନ କରିବା ପାଇଁ ରୋକ୍ ଲଗାଯାଇଥିଲା। ଚଳିତ ବର୍ଷ କରୋନା କଟକଣା ନ ଥିବା ଯୋଗୁଁ ଆନନ୍ଦ ଉଲ୍ଲାସରେ ଦୀପାବଳି ଉତ୍ସବ ପାଳନ କରିବା ପାଇଁ ସମସ୍ତେ ପ୍ରସ୍ତୁତ ହୋଇଛନ୍ତି। କୁମ୍ଭକାରମାନେ ଭଳିକି ଭଳି ଦୀପ ପ୍ରସ୍ତୁତ କରିଛନ୍ତି। ଦୀପର ମୂଲ୍ୟ ୧ ଟଙ୍କା ଠାରୁ ୧୦୦ ଟଙ୍କା ପର୍ଯ୍ୟନ୍ତ ରଖାଯାଇଛି। ଅପର ପକ୍ଷରେ କାଳୀପୂଜା ମଣ୍ଡପ ଗୁଡିକରେ ମୂର୍ତ୍ତି ନିର୍ମାଣ କାର୍ଯ୍ୟରେ ମୂର୍ତ୍ତି କାରିଗରମାନେ ଶେଷ ସ୍ପର୍ଶ ଦେବାରେ ବ୍ୟସ୍ତ ରହିଛନ୍ତି। ଅପର ପକ୍ଷରେ ବାତ୍ୟାର ଆଶଙ୍କା ଥିବାରୁ ବିଭିନ୍ନ ଲୋକଙ୍କ ମନରେ ଭୟ ସଷ୍ଟି କରୁଛି। ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ଦୀପାବଳି ଉତ୍ସବ କିପରି ଶାନ୍ତି ଶୃଙ୍ଖଳା ସହିତ ସମ୍ପନ୍ନ ହେବ ସେଥି ନିମନ୍ତେ ସମସ୍ତ ପ୍ରସ୍ତୁତି ଶେଷ ହେଇଛି। ରାଜ୍ୟର ବିଭିନ୍ନ ସ୍ଥାନରୁ ଲକ୍ଷାଧିକ ଶ୍ରଦ୍ଧାଳୁ ଏଠାକୁ ବଡ଼ବଡ଼ିଆ ଡାକିବା ପାଇଁ ଆସିଥାନ୍ତି। ବାଣ ଦୋକାନ ଗୁଡ଼ିକ କରିବା ନିମନ୍ତେ ଜିଲ୍ଲାପ୍ରାସନ ପକ୍ଷରୁ ଲାଇସେନ୍ସ ପ୍ରଦାନ କରାଯାଇଛି।