Odiapua.com

ଦୀପ ଜାଳି ଅରୁଣଙ୍କ ଆରୋଗ୍ୟ କାମନା କଲେ କ୍ରିଦାଶପୁର ପଂଚାୟତବାସୀ

ନୟାଗଡ଼, ୫ା୯ (ଓଡ଼ିଆ ପୁଅ/ସୁରେନ୍ଦ୍ର ନାଥ ପ୍ରଧାନ): ନୟାଗଡ଼ର ବିଧାୟକ ତଥା ରାଜ୍ୟ କୃଷି, ଉଚ୍ଚଶିକ୍ଷା, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ମନ୍ତ୍ରୀ ଡଃ ଅରୁଣ କୁମାର ସାହୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ନୟାଗଡ଼ ବ୍ଳକ କ୍ରିଦାଶପୁରର ପଂଚାୟତବାସୀ। କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ମନ୍ତ୍ରୀ ଡଃ ସାହୁଙ୍କ ଆଶୁ ଆରୋଗ୍ୟ କାମନା କରି ଦୀପ ଜାଳି ତାଙ୍କର ଦୀର୍ଘ ଜୀବନ କାମନା କରିଛନ୍ତି ପଂଚାୟତର ସମର୍ଥକ ଓ ଶୁଭେଚ୍ଛୁ। ଆଜି ସନ୍ଧ୍ୟାରେ ପଂଚାୟତ କାର୍ଯ୍ୟାଳୟ ଠାରେ ସରପଂଚ ଅନ୍ତର୍ଯ୍ୟାମୀ ଦାସଙ୍କ ନେତୃତ୍ୱରେ ପଂଚାୟତର ୱାର୍ଡ଼ ସଭ୍ୟ ସଭ୍ୟା, ଜିଲା ଅଙ୍ଗନବାଡ଼ି ସଂଘର ସଭାପତି ଜ୍ୟୋତ୍ସ୍ନାମୟୀ ପଣ୍ଡା, ସମାଜସେବୀ ଦୁତିବାମନ ବେହେରା, ବିଭିନ୍ନ ଅଙ୍ଗନବାଡ଼ି କେନ୍ଦ୍ରର ଅଙ୍ଗନବାଡ଼ି କର୍ମୀ ଓ ବହୁ ଶୁଭେଚ୍ଛୁ ଓ ସମର୍ଥକ ଯୋଗଦାନ କରି ଦୀପ ଜାଳି ଅରୁଣଙ୍କ ଆଶୁ ଆରୋଗ୍ୟ କାମନା କରିଥିଲେ।