Odiapua.com

ଦୀପାବଳି ସାରା ରାଜ୍ୟ ଉତ୍ସବ ମୁଖର : ପିତୃଲୋକଙ୍କ ଉଦ୍ଦେଶ୍ୟରେ ପୁରୀରେ ବଡ଼ବଡ଼ିଆ ଡାକ

ପୁରୀ ୨୪-୧୦ (ଓଡ଼ିଆ ପୁଅ/ବିଜୟ ପଟ୍ଟନାୟକ) ଆଜି ଆଲୋକର ପର୍ବ ଦୀପାବଳି। ଦୁଇ ବର୍ଷ ପରେ କୋଭିଡ କଟକଣା ହଟିଥିବାରୁ ଦୀପାବଳିକୁ ଧୁମଧାମରେ ପାଳନ ନେଇ ହୋଇଛି ପ୍ରସ୍ତୁତି। ଦୀପାବଳି ପାଇଁ ସାରା ରାଜ୍ୟ ଉତ୍ସବ ମୁଖର ହୋଇ ଉଠିଛି। ଆଜି ହେଉଛି କାର୍ତ୍ତିକ ମାସର ଅମାବାସ୍ୟା ତିଥି। ଆଜିର ତିଥିରେ ପୟା ଶ୍ରାଦ୍ଧ ପଡ଼େ। ପିତୃଲୋକଙ୍କ ଉଦ୍ଦେଶ୍ୟରେ ବଡ଼ବଡ଼ିଆ ଡକାଯାଏ। ଯେଉଁମାନେ ନିଜ ପିତୃପୁରୁଷଙ୍କୁ ପିତୃ ପକ୍ଷ, ମହାଳୟାରେ ପିଣ୍ଡଦାନ କରିନଥାନ୍ତି ସେମାନେ ଆଜିର ଦିନରେ ପିଣ୍ଡଦାନ କରିଥାନ୍ତି। ଶ୍ରୀମନ୍ଦିର ସମ୍ମୁଖରେ କାଉଁରିଆ କାଠିରେ ଅଗ୍ନି ସଂଯୋଗ କରି ପିତୃପୁରୁଷଙ୍କୁ ଆଲୋକ ଦେଖାଇ ବିଦାଇ ଦେଇଥାନ୍ତି। ପିତୃପୁରୁଷଙ୍କ ଶ୍ରାଦ୍ଧ, ବଡ଼ବଡ଼ିଆ ଡାକ ପାଇଁ ଶ୍ରୀକ୍ଷେତ୍ରରେ ଭିଡ଼ ଜମିଛି ହଜାର ହଜାର ଭକ୍ତଙ୍କର। ସେପଟେ ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ୍ ବାହିନୀ ଏବଂ ଅଗ୍ନିଶମ ବାହିନୀକୁକୁ ମୁତୟନ କରାଯାଇଛି। ପ୍ରଶାସନର ବ୍ୟବସ୍ଥାକୁ ନେଇ ଭକ୍ତ ସନ୍ତୁଷ୍ଟ ପ୍ରକାଶ କରିଛନ୍ତି।