Odiapua.com

ଦିଲ୍ଲୀ-ଭୁବନେଶ୍ଵେର ରାଜଧାନୀ ଏକ୍ସପ୍ରେସ ଧାରଣାଚ୍ୟୁତ : ଟ୍ରେନ ଯାତ୍ରା ବିଳମ୍ବ- କୌଣସି କ୍ଷତି ନାହିଁ

ନୂଆଦିଲ୍ଲୀ ୧୫-୬ (ଓଡ଼ିଆ ପୁଅ) ଭୁବନେଶ୍ଵର ରାଜଧାନୀ ଏକ୍ସପ୍ରେସ ଶନିବାରଦିନ ଦୁର୍ଘଟଣାଗ୍ରସ୍ତ ହେବାରୁ ବଞ୍ଚିଯାଇଛି। ଟ୍ରେନର ଚକା ରେଳ ଧାରଣାରୁ ଖସିଯାଇଥିବାର ଖବର ଆସିଛି। ସୌଭାଗ୍ୟ ବଶତଃ ବଡ଼ ଦୁର୍ଘଟଣା ହେବାରୁ ବଞ୍ଚିଯାଇଛି। ଘଟଣା ପରେ ରେଲୱେ ବିଭାଗର ବଡ଼ ଅଧିକାରୀ ଘଟଣାସ୍ଥଳରେ ପହଁଞ୍ଚିଥିଲେ। ମାମଲାରେ ପ୍ରାଥମିକ ଜାଞ୍ଚ କରାଯାଉଛି। ରାଜଧାନୀ ଏକ୍ସ-ପ୍ରେସକୁ ପୁନଃ ପ୍ଲାଟଫର୍ମ ଉପକୁ ଅଣାଯାଇଥିଲା।

ଖବର ଅନୁଯାୟୀ ନୂଆଦିଲ୍ଲୀ ଷ୍ଟେସନରେ ଜେନେରେଟର ଭ୍ୟାନ ବଗିଟି ଘାରଣାଚ୍ୟୁତ ହୋଇଥିଲା। ଏହି ଘଟଣା ସନ୍ଧ୍ୟା ୫ଟା ୧୦ ମିନିଟ ସମୟରେ ହୋଇଥିଲା। ଟ୍ରେନ ପ୍ୟାଟଫର୍ମକୁ ପ୍ରବେଶ କରିବା ସମୟରେ ହୋଇଥିଲା। ଏହି କାରଣରୁ ଟ୍ରେନ ଯାତ୍ରାରେ ବିଳମ୍ବ ହୋଇଥିଲା। ଟ୍ରେନକୁ ପ୍ଲାଟଫର୍ମକୁ ଅଣାଯିବା ପରେ ଟ୍ରେନ୍ ଭୁବନେଶ୍ୱର ଅଭିମୁଖେ ଯାତ୍ରା କରିଥିଲା।