Odiapua.com

ଦିଲ୍ଲୀ ବ୍ୟତୀତ ଅନ୍ୟ ରାଜ୍ୟରେ ଚକ୍କାଜାମ : CRPF ଯବାନମାନଙ୍କ ପାଇଁ ବସ୍‌ରେ ଲାଗିବ ଲୁହାଜାଲି

ନୂଆଦିଲ୍ଲୀ ୫-୨ (ଓଡ଼ିଆ ପୁଅ) ଜାତୀୟ ରାଜଧାନୀ ସୀମାରେ ଚାଲିଥିବା କୃଷକ ଆନ୍ଦୋଳନରେ ଆସନ୍ତାକାଲି ଏକ ନୂଆ ମୋଡ଼ ହେବାକୁ ଯାଉଛି। କୃଷକମାନେ ଆସନ୍ତା କାଲି ଅର୍ଥାତ୍ ଫେବ୍ରୁଆରି ୬ ତାରିଖରେ ଦିଲ୍ଲୀକୁ ଛାଡ଼ି ସମଗ୍ର ଦେଶରେ ଚକାଜାମ କରିବାକୁ ଯାଉଛନ୍ତି। ଏଥିପାଇଁ ଦିଲ୍ଲୀ-ଏନସିଆରରେ CRPF କମ୍ପାନୀର ସୈନିକମାନେ ଯେକୌଣସି ପ୍ରକାରର ସମସ୍ୟାକୁ ମୁକାବିଲା କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି।

ସମସ୍ତ CRPF ୟୁନିଟ୍ ଗୁଡିକ ବସ୍ ରେ ଲୁହା ଜାଲି ଲାଗାଇବାକୁ କୁହାଯାଇଛି। ଯାହାଫଳରେ ଯଦି ପଥର ଫିଙ୍ଗିବା ପରି ପରିସ୍ଥିତି ଉପୁଜେ, ସୈନିକମାନେ ବସରେ ସୁରକ୍ଷିତ ରହିପାରିବେ। ଏଠାରେ ହରିୟାଣା ଡିଜିପି କହିଛନ୍ତି ଯେ ଏସପିମାନେ ଚାଷୀଙ୍କ ସହ କଥାବାର୍ତ୍ତା କରୁଛନ୍ତି, ତେଣୁ ଆସନ୍ତାକାଲି କୌଣସି ଅସୁବିଧା ହେବ ନାହିଁ। ଉଲ୍ଲେଖନୀୟ କଥା ହେଉଛି, କୃଷକ ଆନ୍ଦୋଳନ ୭୨ ଦିନ ପୂରଣ କରିଛି।

ଶନିବାର ଦିନ କେଉଁଠାରେ ଜାମ ହେବ, କେଉଁ ରାସ୍ତାରେ ବିପଦପୂର୍ଣ୍ଣ ହେବ, ଏହିସବୁ ପାଇଁ ଦିଲ୍ଲୀ ପୋଲିସ ଟ୍ରାଫିକ ଆଡଭାଇଜୋରୀ ଜାରୀ କରିବ। ଆସନ୍ତାକାଲି ଏକ ଭଲ କଥାଯେ, ସପ୍ତାହ ଶେଷ ହେବା କାରଣରୁ ଅଧିକାଂଶ ଲୋକ ଅଫିସକୁ ଯିବାକୁ ବାଧ୍ୟ ହେବେ ନାହିଁ।

ଭାରତ କିସାନ ୟୁନିଅନର ଜାତୀୟ ମୁଖପାତ୍ର ରାକେଶ ଟିକାୟଟ କହିଛନ୍ତି ଯେ ଜାମର ପ୍ରଭାବ ଦିଲ୍ଲୀରେ ରହିବ ନାହିଁ। ସେ କୃଷକମାନଙ୍କୁ ନିବେଦନ କରିଛନ୍ତି ଯେ ସେଠାରେ ଥିବା କୃଷକମାନେ ମଧ୍ୟାହ୍ନ ୧୨ ଟାରୁ ଅପରାହ୍ନ ୩ ଟା ପର୍ଯ୍ୟନ୍ତ ଜାତୀୟ ରାଜପଥରେ ଜାମ କରିବେ। ଏହି ଜାମ ଶାନ୍ତିପୂର୍ଣ୍ଣ ଭାବରେ ହେବ।