Odiapua.com

ଦିଲ୍ଲୀ ବିଜେପି ମୁଖ୍ୟାଳୟରେ କରୋନା ଏଣ୍ଟ୍ରି : ୪୨ କରୋନା ପଜିଟିଭ୍

ନୂଆ ଦିଲ୍ଲୀ ୧୧ -୧ (ଓଡ଼ିଆ ପୁଅ) ଦିଲ୍ଲୀ ବିଜେପି ମୁଖ୍ୟାଳୟରେ କରୋନାର ଏଣ୍ଟ୍ରି ହୋଇଛି। ୪୨ ଜଣ କର୍ମକର୍ତ୍ତା କରୋନା ପଜିଟିଭ୍ ଆସିଥିବା ସୂଚନା ମିଳିଛି। ସେମାନଙ୍କ ମଧ୍ୟରେ ସଞ୍ଜୟ ମନସୁଖଙ୍କୁ କରୋନା ସଂକ୍ରମଣ ହୋଇଥିବାର ସୂଚନା।

ଅପରପକ୍ଷରେ କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ କରୋନା ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଏ ସମ୍ପର୍କରେ ସେ ଟ୍ୱିଟ କରି ଜଣାଇଛନ୍ତି।