ନୂଆଦିଲ୍ଲୀ ୨୦-୧୧ (ଓଡ଼ିଆ ପୁଅ) ଦିଲ୍ଲୀ ଏମ୍ସର ପୂର୍ବତନ ଜନସମ୍ପର୍କ ଅଧିକାରୀ ବିଜୟ କୁମାର ଦାଶ ପରଲୋକ ଗମନ କରିଛନ୍ତି। ଭୁବନେଶ୍ୱରରେ ସେ ତାଙ୍କର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ବିଜୟ କୁମାର ଦାଶ ଥିଲେ ଦିଲ୍ଲୀ ପ୍ରବାସୀ ଓଡ଼ିଆ ମହଲରେ ବେଶ ପରିଚିତ ନାମ। ବିଭିନ୍ନ ପ୍ରବାସୀ ଓଡ଼ିଆ ସଂଗଠନ ସହ ଜଡ଼ିତ ବିଜୟ ଦାଶଙ୍କ ବ୍ୟକ୍ତିତ୍ୱ ଅନନ୍ୟ ଥିଲା। ଦିଲ୍ଲୀ, ହାଉଜଖାସ ମନ୍ଦିରର ତଥା ନିଳାଚଳ ସେବା ସଂଙ୍ଘର ଜଣେ ପ୍ରତିଷ୍ଠାତା ସଦସ୍ୟଙ୍କ ମଧ୍ୟରୁ ଜଣେ ଥିଲେ। ସେ ଏହି ସଂଗଠନର ଉପସଭାପତି ଭାବରେ ଅନେକ ବର୍ଷ ଥିଲେ। ଏହା ବ୍ୟତୀତ ଦିଲ୍ଲୀ “ଓଡ଼ିଆ ସମାଜ” ସଭାପତି ମଧ୍ୟ ଥିଲେ। ସେ “ସୁଖ ଦୁଖ” ନାମକ ଏକ ପତ୍ରିକାର ସମ୍ପାଦନା ମଧ୍ୟ କରୁଥିଲେ। ସେ ଏମ୍ସରେ ଜନସମ୍ପର୍କ ତଥା ମୁଖ୍ୟ ପ୍ରୋଟୋକଲ ଅଧିକାରୀ ଭାବେ କାର୍ଯ୍ୟ କରୁଥିବା ସମୟରେ ଅନେକ ଓଡ଼ିଆଙ୍କୁ ସହାୟତା କରିଥିଲେ। ଦିଲ୍ଲୀର ଅନେକ ଅନୁଷ୍ଠାନ ସହିତ ତାଙ୍କର ସମ୍ପର୍କ ଥିଲା ଏବଂ କେତେକ ଅନୁଷ୍ଠାନର ଉପଦେଷ୍ଟା ମଧ୍ୟ ଥିଲେ। ତାଙ୍କର ବିୟୋଗରେ ପ୍ରବାସୀ ଓଡ଼ିଆ ମହଲରେ ଶୋକର ଛାୟା ଖେଳିଯାଇଛି।
ଦିଲ୍ଲୀ ଏମ୍ସର ପୂର୍ବତନ ଜନସମ୍ପର୍କ ଅଧିକାରୀ ବିଜୟ ଦାଶଙ୍କ ପରଲୋକ
