Odiapua.com

ଦିଲ୍ଲୀରେ ବଡ଼ ଧରଣର ଅଗ୍ନିକାଣ୍ଡ – ୩୯ ଦମକଳ ଗାଡ଼ି ନିଆଁ ଲିଭା କାର୍ଯ୍ୟରେ

ନୂଆ ଦିଲ୍ଲୀ ୧୨-୬ (ଓଡ଼ିଆ ପୁଅ) ଜାତୀୟ ରାଜଧାନୀ ଦିଲ୍ଲୀରୁ ବଡ଼ ଧରଣର ଅଗ୍ନିକାଣର ଖବର ଆସୁଛି। ପ୍ରବଳ ଗରମ ମଧ୍ୟରେ ପ୍ରତିଦିନ ନିଆଁ ଲାଗିବା ଘଟଣା ମଧ୍ୟ ଘଟୁଛି। ବର୍ତ୍ତମାନ ଦିଲ୍ଲୀର ପ୍ରସିଦ୍ଧ କରୋଲବାଗର ଗଫାର ମାର୍କେଟ ଅଞ୍ଚଳରେ ଏକ ବଡ଼ ଧରଣର ଅଗ୍ନିକାଣ୍ଡର ଖବର ଆସିଛି। ସୂଚନା ପାଇବା ପରେ ଅଗ୍ନିଶମ ବାହିନୀର ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। ନିଆଁକୁ ଆୟତ୍ତ କରିବା ପାଇଁ ୩୯ ଟି ଦମକଳକୁ ଘଟଣାସ୍ଥଳକୁ ପଠାଯାଇଛି।

ଏବେ ମିଳିଥିବା ସୂଚନା ଅନୁଯାୟୀ, ଦମକଳ ବିଭାଗର ତୁରନ୍ତ ପଦକ୍ଷେପ ଏବଂ ତତ୍ପରତା କାରଣରୁ ନିଆଁକପ ଆୟତ୍ତ କରିବାରେ ଅଗ୍ନିଶମ ବିଭାଗ ସକ୍ଷମ ହେବା ସହିତ ନିଆଁ ଲିଭାଇବାରେ ସକ୍ଷମ ହୋଇଛନ୍ତି। ଏତଦ୍‌ ବ୍ୟତୀତ ଖବର ମିଳିଛିଯେ, କୌଣସି ବ୍ୟକ୍ତି ଏଥିରେ ଆହତ କିମ୍ବା କ୍ଷତିଗ୍ୟସ୍ତ ହୋଇନାହାଁନ୍ତି। ବିଶେଷ କରି କୌଣସି ଧନ ଜୀବନର କ୍ଷତିଘଟିନାହିଁ। ଠିକ ସମୟରେ ଉଚିତ ପଦକ୍ଷେପ ନିଆଯାଇଥିବାରୁ ନିଆଁକୁ ଆୟତ୍ତ କରାଯାଇଛି।