Odiapua.com

ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ନେଇ ଯୁବଶକ୍ତି ପକ୍ଷରୁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

ଭଦ୍ରକ, ୨୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) -ଭଦ୍ରକ ଜିଲ୍ଲା ତିହିଡ଼ି ଯୁବ ଶକ୍ତି ପକ୍ଷରୁ ଆଜି ଦିଲ୍ଲୀରେ ଛାତ୍ରଛାତ୍ରୀମାନେ କରୁଥିବା ଶାନ୍ତିପୂର୍ଣ୍ଣ ଆନ୍ଦୋଳନକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ସାମାଜିକ କର୍ମୀ ହିମାଦ୍ରି ରାଉତରାୟ, ସତ୍ୟ ସୁନ୍ଦର ପତି, ମାନସ ମହାନ୍ତି, ଦେବୀ ପ୍ରସାଦ ପତି, ଏସ୍‌. ବଶୀର ପ୍ରମୁଖ ଦାବି ପତ୍ର ପ୍ରଦାନ କରିଛନ୍ତି।ସେମାନେ ଦ୍ୱୀପତ୍ରରେ ଦର୍ଶାଇଛନ୍ତି ଯେ, ଭାରତରେ ଆନ୍ଦୋଳନରତ ଛାତ୍ରଛାତ୍ରୀମାନେ ରାଜ୍ୟର ଶତ୍ରୁ ନୁହନ୍ତି; ସେମାନେ ଦେଶର ଭବିଷ୍ୟତ ଏବଂ ଏକ ମୂଲ୍ୟବାନ ଜାତୀୟ ସମ୍ପଦ। ମାନ୍ୟବର ପ୍ରଧାନମନ୍ତ୍ରୀ ସେମାନଙ୍କୁ ବ୍ୟକ୍ତିଗତ ଭାବେ ଭେଟି ସେମାନଙ୍କ ଚିନ୍ତା ଓ ସମସ୍ୟାଗୁଡ଼ିକ ଶୁଣିବା ଉଚିତ। ଶାନ୍ତିପୂର୍ଣ୍ଣ ଆନ୍ଦୋଳନକାରୀମାନଙ୍କ ଉପରେ ଅନାବଶ୍ୟକ କିମ୍ବା ଅତ୍ୟଧିକ ବଳ ପ୍ରୟୋଗ ନହେବାକୁ ସୁନିଶ୍ଚିତ କରିବା ସହିତ, ଅଧିକାର ଉଲ୍ଲଂଘନ ସମ୍ପର୍କିତ ଅଭିଯୋଗଗୁଡ଼ିକର ନିରପେକ୍ଷ ତଦନ୍ତ ପାଇଁ ମଧ୍ୟ ନିର୍ଦ୍ଦେଶ ଦେବା ଉଚିତ। ଏହା ସହିତ, ଯୁବପିଢ଼ି ଯେପରି ନିଜର ସମସ୍ୟା, ଚିନ୍ତା ଓ ମତାମତ ଗଣତାନ୍ତ୍ରିକ ଭାବରେ ଉପସ୍ଥାପନ କରିପାରିବେ, ସେଥିପାଇଁ ସରକାର ଏକ ସ୍ଥାୟୀ ଗଣତାନ୍ତ୍ରିକ ବ୍ୟବସ୍ଥା ପ୍ରତିଷ୍ଠା କରିବା ଉଚିତ। ପ୍ରତ୍ୟେକ ସଂସଦୀୟ ଅଧିବେଶନରେ ଅତି କମରେ ଦୁଇ ଦିନ ଭାରତର ଯୁବପିଢ଼ିଙ୍କ ସମସ୍ୟା, ଚିନ୍ତା, ମତାମତ ଓ ଭବିଷ୍ୟତ ସମ୍ପର୍କରେ ଶୁଣାଣି ଓ ଆଲୋଚନା ପାଇଁ ଉତ୍ସର୍ଗ କରାଯିବା ଉଚିତ ବୋଲି ଦାବି କରିଛନ୍ତି।