Odiapua.com

ଦିଲ୍ଲୀରେ କରୋନା ସଂକ୍ରମଣ ବୃଦ୍ଧି : ଗତ ୨୪ ଘଣ୍ଟା ମଧ୍ୟରେ ୨୭ ହଜାରରୁ ଅଧିକ ନୂଆ ମାମଲା, ୪୦ ମୃତ

ନୂଆ ଦିଲ୍ଲୀ ୧୨-୧ (ଓଡ଼ିଆ ପୁଅ) ରାଜଧାନୀ ଦିଲ୍ଲୀରେ କରୋନା ମାଲଲା ବଢ଼ିବାରେ ଲାଗିଛି।

ଗତ ୨୪ ଘଣ୍ଟା ମଧ୍ୟରେ ଦିଲ୍ଲୀରେ ୨୭ ହଜାର ନୂତନ କରୋନା ମାମଲା ରେକର୍ଡ଼ ହୋଇଛି। ୨୭, ୫୬୧ ମାମଲା ଏଠାରେ ରିପୋର୍ଟ କରାଯାଇଛି।

ଏହି ସମୟରେ ୪୦ ଜଣଙ୍କର ମୃତ୍ୟୁ ଘଟିଛି।

ବର୍ତ୍ତମାନ ଦିଲ୍ଲୀରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୮୭, ୪୪୫ କୁ ବୃଦ୍ଧି ପାଇଛି।