Odiapua.com

ଦିଲ୍ଲୀରେ ଆରମ୍ଭ ହେଲା ମାଗଣା ୱାଇଫାଇ ସେବା

ନୂଆ ଦିଲ୍ଲୀ ୧୯-୧୨ (ଓଡ଼ିଆ ପୁଅ) ଦିଲ୍ଲୀରେ ଆରମ୍ଭ ହୋଇଛି ମାଗଣା ୱାଇ ଫାଇ ସେବା। ଏ ନେଇ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍ ଚ୍ୱିଟ କରି ସୂଚନା ଦେଇଛନ୍ତି। ଏହି ସେବାର ଶୁଭାରମ୍ଭ କରି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତିଯେ, ଦିଲ୍ଲୀ ହେବ ଏପରି ଏକ ଅନନ୍ୟ ସହର ଯେଉଁଠାରେ କି ସମ୍ପୂର୍ଣ୍ଣ ଦିଲ୍ଲୀରେ ମାଗଣାରେ ୱାଇଫାଇ ସେବା ଯୋଗାଇ ଦିଆଯିବ। ଦିଲ୍ଲୀକୁ ଏକ ମଡ଼ର୍ଣ୍ଣ ସହର ବନାଇବା ପାଇଁ ଏହା ଏକ ବଡ଼ ପଦକ୍ଷେପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି।

ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଫ୍ରୀ ୱାଇଫାଇ ଜରିଆରେ ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନିସ ସିସୋଦିଆଙ୍କ ସହିତ କଥାବାର୍ତ୍ତା ହୋଇଥିଲେ। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ITO ରେ ଥିଲେ ଏବଂ ମନୀଷ ସିସୋଦିଆ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ମେଟ୍ରୋ ଷ୍ଟେସନରେ ଥିଲେ। ୧୧,୦୦୦ ଫ଼୍ରି ୱାଇଫାଇ ହାଟ୍ସଆପ ସହିତ ସମ୍ପୂର୍ଣ୍ଣ ଦିଲ୍ଲୀରେ ୱାଇଫାଇ କଭର ହେବ।

ସୂଚନାଯୋଗ୍ୟଯେ, ଆଜି ଦିଲ୍ଲୀରେ ୧୦୦ଟି ସ୍ଥାନରେ ହଟସ୍ପଟ ଆରମ୍ଭ ହୋଇଥିବା ସୂଚନା ମିଳିଛି। ଆସନ୍ତା ୬ ମାସ ମଧ୍ୟରେ ୧୧୦୦୦ ହଟ ସ୍ପଟ ମାଧ୍ୟମରେ ଯୋଗାଇ ଦିଆଯିବ ବୋଲି ଜଣାପଡ଼ିଛି।