Odiapua.com

ଦିଲ୍ଲୀପ ଭାଇ ସାମ୍ବାଦିକତା ଓ ରାଜନୈତିକ ବିଶ୍ଳେଷଣ କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ – ଧର୍ମେନ୍ଦ୍ର ପ୍ରଧାନ

ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ପରଲୋକରେ କେନ୍ଦ୍ରମନ୍ତ୍ରୀଙ୍କ ଶୋକ
– ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ଓଡିଶା ତଥା ଗଣମାଧ୍ୟମ ଜଗତକୁ କ୍ଷତି ହୋଇଛି

ଭୁବନେଶ୍ୱର, ସେପ୍ଟେମ୍ବର ୦୯ (ଓଡ଼ିଆ ପୁଅ) – ଦିଲ୍ଲୀପ ଭାଇ ଓଡିଶା ଗଣମାଧ୍ୟମ ଜଗତରେ ଆର୍ଥିକ କ୍ଷେତ୍ରରେ ସାମ୍ବାଦିକତା ଓ ରାଜନୈତିକ ବିଶ୍ଳେଷଣ କ୍ଷେତ୍ରରେ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିଥିଲେ ବୋଲି ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ବିୟୋଗରେ ସାମାଜିକ ଗଣମାଧ୍ୟମରେ ଶୋକପ୍ରକାଶ କରି କହିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶ୍ରୀ ପ୍ରଧାନ ଟ୍ୱିଟରରେ ଉଲ୍ଲେଖ କରିଛନ୍ତି ଯେ ବରିଷ୍ଠ ସାମ୍ବାଦିକ ଦିଲ୍ଲୀପ ଶତପଥୀଙ୍କ ଅକାଳ ବିୟୋଗରେ ମୁଁ ମର୍ମାହତ। ତାଙ୍କ ବିୟୋଗରେ ଓଡିଶା ତଥା ଗଣମାଧ୍ୟମ ଜଗତକୁ କ୍ଷତି ହୋଇଛି। ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସାନ୍ତ୍ୱନା ଜଣାଇବା ସହ ଶ୍ରୀ ପ୍ରଧାନ ଅମର ଆତ୍ମାର ସଦଗତି କାମନା କରିଛନ୍ତି।