Odiapua.com

‘ଦିଲ୍ଲୀପ ଥିଲେ ଜଣେ ମୁକୁଟବିହୀନ ସମ୍ରାଟ, ଦରଦୀ ଜନନେତା’, ଭଦ୍ରକ ବିଧାୟକଙ୍କ ଭାତୃ ଦିଲ୍ଲୀପ କୁମାର ମଲ୍ଲିକଙ୍କ ସ୍ମୃତିଚାରଣ ସଭା

ଭଦ୍ରକ, ୧୩ା୨ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ତାଙ୍କ ପାଖରେ ସରକାରୀ କ୍ଷମତା ନଥିଲା, କି କୌଣସି ପଦ-ପଦବୀରେ ସେ ନଥିଲେ । ସେ କିନ୍ତୁ ତାଙ୍କ ପାଖରେ ପଂହଚୁ ଥିବା ପ୍ରତିଟି ସାଧାରଣ ମଣିଷଙ୍କ ସମସ୍ୟା, ଦୁଃଖ ଦୂର କରିବାରେ ସେ ସକ୍ଷମ ହେଉଥିଲେ । ବାସ୍ତବରେ ଥିଲେ ସେ ଜଣେ ମୁକୁଟବିହୀନ ସମ୍ରାଟ, ଦରଦୀ ରାଜନେତା । ଏପରିକି ଜୀବନର ଶେଷ ପର୍ଯ୍ୟନ୍ତ ସେ ଲୋକଙ୍କ ପାଇଁ କାମ କରୁଥିଲେ ବୋଲି ଆଜି ଧାମନଗର ନିର୍ବାଚନ ମଣ୍ଡଳ ର ବିଶିଷ୍ଟ ଜନନେତା, ପ୍ରାକ୍ତନ ବିଧାୟକ ସ୍ୱର୍ଗତ ହୃଦାନନ୍ଦ ମଲ୍ଲିକଙ୍କ ମଝିଆପୁତ୍ର, ପ୍ରାକ୍ତନ ବିଧାୟକ ସ୍ୱର୍ଗତ ମାନସ ରଞ୍ଜନ ମଲ୍ଲିକ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକଙ୍କ ସାନଭାଇ ତଥା ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକଙ୍କ ଅଗ୍ରଜ ସ୍ୱର୍ଗତଃ ଦିଲ୍ଲିପ କୁମାର ମଲ୍ଲିକ(ବୁଲା)ଙ୍କ ଅନ୍ତେଷ୍ଟିକ୍ରିୟା ଅବସରରେ ଭଦ୍ରକ ତୃପ୍ତିପ୍ଲାଜା ଠାରେ ଅନୁଷ୍ଠିତ ସ୍ମୃତିଚାରଣ ସଭାରେ ଯୋଗଦେଇ ବହୁ ବିଶିଷ୍ଟ ବ୍ୟକ୍ତି ତାଙ୍କ ବକ୍ତବ୍ୟରେ ଏହା ସ୍ମୃତିଚାରଣ କରିଥିଲେ । ଆହୁରି ମଧ୍ୟ ସ୍ମୃତିଚାରଣ କରି ଅନେକ ସ୍ୱର୍ଗତ ଦିଲ୍ଲୀପ(ବୁଲା)ଜଣେ ଦକ୍ଷ ସଙ୍ଗଠକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ରଖିଥିଲେ ବୋଲି କହିଥିଲେ ।

ବରିଷ୍ଠ ଆଇନଜୀବୀ ରୋଟାରିଆନ୍ ଅତିସ୍ କୁମାର ବେହେରାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ସ୍ମୃତିଚାରଣ ସଭାରେ ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ, ଭଣ୍ଡାରିପୋଖରୀ ବିଧାୟକ ପ୍ରଫୁଲ୍ଲ ସାମଲ, ପ୍ରାକ୍ତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ପ୍ରାକ୍ତନ ବିଧାୟକ ନରେନ୍ ପଲେଇ, ଭଦ୍ରକ ବ୍ଲକ ଅଧ୍ୟକ୍ଷା ଉର୍ମିଳା ନାୟକ, ରାଜ୍ୟ ମହିଳା ସଂଖ୍ୟାଲଘୁ ବିଜେଡି ନେତ୍ରୀ ତାହେରା ଖାତୁନ, ଜିଲ୍ଲା ବିଜେଡି ସଭାପତି ଜଗନ୍ନାଥ ସ୍ୱାଇଁ, ଭଦ୍ରକ ବ୍ଲକ ବିଜେଡି ସଭାପତି ପ୍ରଫୁଲ୍ଲ ନାୟକ, ଧାମନଗର ଏନଏସି ଅଧ୍ୟକ୍ଷା ନିବେଦିତା ଜେନା, ଜିଲ୍ଲା ମହିଳା ବିଜେଡି ସଭାନେତ୍ରୀ ବିଦ୍ୟୁତଲତା ନାୟକ, ଆଇନଜୀବୀ ଦିବ୍ୟସିଂ ନାୟକ, ସୁରଜିତା ନାୟକ, ଟାଉନ ବିଜେଡି ସଭାପତି ତାହେର ମହମ୍ମଦ, କାଉନସିଲର-ସେଖ ଜୁଲଫିକର ଅଲ୍ଲି, ଦିଲ୍ଲିପ ନାୟକ, ଆଶୀଷ ଅମିତାଭ ମହାପାତ୍ର, ବରିଷ୍ଠ ନେତା କ୍ଷୀରୋଦ ରାଉତ, ବିଶ୍ୱନାଥ ନାୟକ, ଜିଲ୍ଲା ବିଜେଡି ସାଧାରଣ ସମ୍ପାଦକ ପ୍ରବୀର ଜେନା ଓ ପ୍ରଣୟ ଦାସ, ମହିଳା ବିଜେଡି ସଭାନେତ୍ରୀ ଦେବୀଦତା ମହାନ୍ତି, ନବୀନ ଓଡିଶା, ମୋ ଓଡିଶା ଜିଲ୍ଲା ସଂଯୋଜକ ଡା.ସଞ୍ଜୟ ଦାସ, ଭଦ୍ରକ ସ୍ୱୟଂ କଲେଜ ଅଧ୍ୟକ୍ଷ ଦୁର୍ଗାଚରଣ ଦାସ, ଅବସରପ୍ରାପ୍ତ ଶିକ୍ଷକ ପ୍ରଭାତ ଜେନା, ଭଦ୍ରକ ବ୍ଲକ ଉପାଧ୍ୟକ୍ଷ ମୁକୁନ୍ଦଦେବ ସାମଲ, ସମାଜସେବୀ ରୋଟାରିଆନ୍ ଶିଶିର ମିଶ୍ର, ବେଦପ୍ରକାଶ ଗୁପ୍ତା, ପ୍ରୀତିରଂଜନ ଜେନା, ଅଶୋକ ବିଶ୍ୱାଳ, ଡାକ୍ତର ପ୍ରଦୀପ ନାୟକ, ଡାକ୍ତର ହରେକୃଷ୍ଣ ନାୟକ, ଶେଖର ମହାପାତ୍ର, ବେଲୁ ପଟ୍ଟନାୟକ, ଲକ୍ଷ୍ମଣ ମିଶ୍ର, ସୁଧାକର ରାଉତ, ଜିଲ୍ଲା ଉପଭୋକ୍ତା ବିବାଦ ସମାଧାନ ଆୟୋଗ ସଭାପତି ଶିବପ୍ରସାଦ ମହାନ୍ତି, ଅଶୋକ ବଳ, ବରିଷ୍ଠ ଆଇନଜୀବୀ ସନ୍ତୋଷ କୁମାର ମହାପାତ୍ର, ରାଧା ଦାସ, ଭାଗିରଥୀ ବଳ, ସୁରେଶ ମହାନ୍ତି, ପଙ୍କଜ ବଳ, ରାଜେନ୍ଦ୍ର ଜେନା, ସୁଧ୍ୱନ ନାୟକ, ସୂର୍ଯ୍ୟକୁମାର ଦାସ, ମୁକ୍ତିକାନ୍ତ ମଲ୍ଲିକ ପ୍ରମୁଖ ବହୁ ମାନ୍ୟଗଣ୍ୟ ବ୍ୟକ୍ତି, ରାଜନେତା, ସାହିତ୍ୟିକ ପ୍ରମୁଖ ଉପସ୍ଥିତ ରହି ସ୍ମୃତିଚାଣ କରିଥିଲେ । ଏହି ସ୍ମୃତିଚାରଣ ଉତ୍ସବରେ ଭଦ୍ରକ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ ଓ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଳିକ ଓ ପୁରା ପରିବାର ବର୍ଗ ଉପସ୍ଥିତ ଥିଲେ ।