Odiapua.com

ଦିବ୍ୟାଙ୍ଗ ସରକାରୀ କର୍ମଚାରୀଙ୍କ ବଦଳି ମାମଲା, ପୁନଃ ବିଚାରକରି ନ୍ୟାୟ ପ୍ରଦାନ କରିବାକୁ ହାଇକୋର୍ଟଙ୍କ ନିର୍ଦ୍ଦେଶ

ଭଦ୍ରକ, ୧୫ା୭ (ଓଡ଼ିଆ ପୁଅ / ସ୍ନିଗ୍ଧା ରାୟ) – ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବାକୁ ବିଭନ୍ନ ଯୋଜନା ସରକାରୀ ସ୍ତରରେ ବିଭିନ୍ନ ଯୋଜନା କରାଯାଉଥିବା ବେଳେ ଦିବ୍ୟାଙ୍ଗ ମାନଙ୍କୁ ଅଣଦେଖା କରାଯାଉଥିବାର ନଜରକୁ ଆସିଛି ।ରାଜ୍ୟ ସରକାରଙ୍କ ଭିନ୍ନକ୍ଷମମାନଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ବିଭାଗର କୌଣସି ନିୟମ ନିର୍ଦ୍ଦେଶାବଳୀ ସରକାରୀ ସ୍ତରରେ ସଠିକ ଭାବରେ କାର୍ଯ୍ୟ କାରୀ ହେଉନଥିବା ପରିଲକ୍ଷିତ ହେଉଛି।ଏମିତି ଏକଘଟଣା ଧ୍ରୁବ ଚରଣ ପାଣିଗ୍ରାହୀ ନାମକ ଜଣେ ଦିବ୍ୟାଙ୍ଗ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି। ସେ ନ୍ୟାୟ ପାଇଁ ସମସ୍ତ ଅଧିକାରୀଙ୍କୁ ଗୁହାରି କରି ନିରାଶ ହୋଇଥିଲେ। ପରେ ସେ ମାନ୍ୟବର ଉଚ୍ଚନ୍ୟାୟାଳୟର ଦ୍ୱାରସ୍ଥ ହୋଇଥିଲେ। ମାନ୍ୟବର ଉଚ୍ଚ ନ୍ୟାୟାଳୟ ଘଟଣାଟିକୁ ଗମ୍ଭୀରତାର ସହ ନେଇ ବଦଳିର ପୁନଃ ବିଚାର ସହ ନ୍ୟାୟପ୍ରଦାନ କରିବାକୁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦେଇଥିବା ଜଣାପଡିଛି।ଓଡିଶା ସରକାରଙ୍କ ଅର୍ଥନୀତି ଓ ପରିସଂଖ୍ୟାନ ବିଭାଗ ଅଧୀନରେ ଭଦ୍ରକ ଜିଲ୍ଲାରେ କାର୍ଯ୍ୟରତ ଥିବା ଭିନ୍ନକ୍ଷମ ଧ୍ରୁବ ଚରଣ ପାଣିଗ୍ରାହୀଙ୍କର ପଦୋନ୍ନତି ହୋଇ ବିଭାଗୀୟ ନିର୍ଦ୍ଦେଶକଙ୍କ ପତ୍ର ସଂଖ୍ୟା:- ୩୬୨୯ ତା ୨୯ ୦୬.୧୭ ମସିହାରେ ପ୍ରକାଶ ପାଇଥିଲା।ଯେଉଁଥିରେ ତାଙ୍କୁ ପଦୋନ୍ନତି ପରେ ଭଦ୍ରକରୁ ମୟୁରଭଞ୍ଜ ବଦଳି କରାଯାଇଥିଲା।ଏହି ବଦଳି ଆଇନ ଅସଙ୍ଗତ ତଥା ଓଡିଶା ସରକାରଙ୍କ ଭିନ୍ନକ୍ଷମ ଆଇନ ୨୦୧୬ର ୫ ସେପ୍େଟମ୍ବର ୨୦୧୭ ସଂଶୋଧିତ ନିୟମ ଓ ସାମାଜିକ ନ୍ୟାୟ ସଶକ୍ତିକରଣ ବିଭାଗ ଓଡିଶା ସରକାରଙ୍କ ଗେଜେଟ ନମ୍ବର ୧୪୮୬ତା-୧୨-୯-୨୦୧୭ ଅନୁସାରେ ଭିନ୍ନକ୍ଷମ କର୍ମଚାରୀ ମାନଙ୍କୁ କର୍ମକ୍ଷେତ୍ରରେ ସ୍ଥାନାନ୍ତର ନକରାଯିବା ସହିତ ଯଦି ସମ୍ଭବ ହୁଏ ତାଙ୍କ ଇଛା ମୁତାବକ ସ୍ଥାନରେ ନିୟୋଜିତ କରାଯିବାକୁ ନିୟମ ରହିଛି।ତେଣୁ ଧ୍ରୁବ ତାଙ୍କ ପ୍ରତି ହୋଇଥିବା ତ୍ରୁଟି ସମ୍ବନ୍ଧରେ ଗତ ତା ୩-୭-୨୦୨୬ରିଖରେ ବିଭାଗୀୟ ସଚିବ ତଥା ଉନ୍ନୟନ କମିଶନରଙ୍କୁ ଅଭିଯୋଗ ପ୍ରଦାନ କରିଥିଲେ।ସେଠାରେ ତାଙ୍କୁ ନ୍ୟାୟ ନମିଳିବାରୁ ଗତ ତା ୬-୭-୨୦୨୬ ରିଖରେ ମାନ୍ୟବର ଉଚ୍ଚନ୍ୟାୟାଳୟଡବ୍ଲ୍ୟୁପିସି କେସ ନମ୍ବର ୨୦୬୫୧ ରେ ଏକ କେସ କରି ନ୍ୟାୟ ପ୍ରାର୍ଥନା କରିଥିଲେ।ମାନ୍ୟବର ନ୍ୟାୟାଳୟର ଧ୍ରୁବଙ୍କ ଆବେଦନକୁ ଗ୍ରହଣକରି ବିଚାରପତି ମାନ୍ୟବର ବିରଜା ପ୍ରସନ୍ନ ଶତପଥି ଘଟଣାକୁ ଗମ୍ଭୀରତାର କରି ଆବେଦନ କାରୀ ୩ ସପ୍ତାହ ମଧ୍ୟରେ ପୁନଃ ଆବେଦନ ପତ୍ର ଅଧିକାରୀଙ୍କୁ ଦେବା ପାଇଁ ନିର୍ଦ୍ଦେଶ ଦେବା ସହ ଅଧିକାରୀ ଆବେଦନ ପାଇବାର ୩ମାସ ମଧ୍ୟରେ ଦିବ୍ୟାଙ୍ଗ କର୍ମଚାରୀଙ୍କୁ ଉପଯୁକ୍ତ ନ୍ୟାୟ ଦେବା ପାଇଁ ନିର୍ଦ୍ଦେଶ ପ୍ରଦାନ କରିଥିବା ଜଣାଯାଇଛି। ଆବେଦନ କାରୀଙ୍କ ତରଫରୁ ଉଚ୍ଚ ନ୍ୟାୟାଳୟର ବରିଷ୍ଠ ଆଇନିଜୀବୀ ଦୀପକ ମହାପାତ୍ର ଓ ସରକାରଙ୍କ ତରଫରୁ ଏସ.ଦାସ ମକଦ୍ଧମା ପରିଚାଳନା କରୁଥିବା ଜଣାଯାଇଛି।